ମା ସହ ଗାଧୋଉଥିବା ବେଳେ ଭାସିଗଲା ଚାରି ବର୍ଷର ପୁଅ

ସମ୍ବଲପୁର (କେନ୍ୟୁଜ୍‌) : ବୁର୍ଲା ପାଓ୍ବାର କେନାଲରେ ଭାସିଗଲା ନାବାଳକ । ନିଜ ମା’ ସହ ଗାଧୋଉ ଥିବା ବେଳେ ଘଟିଛି ଏହି ଅଘଟଣ । ନାବାଳକ ଜଣକ ହେଉଛନ୍ତି ଓ୍ବାନ୍‌ଆର କଲୋନୀର ରାଜେଶ ପଞ୍ଚବିହାରଙ୍କ ଏକମାତ୍ର ପୁଅ ରୋନକ । ଓ୍ବାନ ଆର୍ ସ୍ଥିତ ଶିବ ମନ୍ଦିର ଘାଟରେ ଗାଧୋଉଥିବା ବେଳେ ଅସାବଧାନତାରୁ ୪ ବର୍ଷ ବୟସର ରୋନକ ପାଣିରେ ଭାସି ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ରୋନକକୁ ଖୋଜାଖୋଜି ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.