ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ୨୭ ଜିଲ୍ଲାର ୧୬୩ ଜିଲ୍ଲାପରିଷଦ ଜୋନରେ ପଡ଼ିବ ଭୋଟ୍‌

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ହେବ ମତଦାନ । ଗତକାଲି ସଂଧ୍ୟାରେ ଥମିଛି ପ୍ରଚାର । ୨୭ ଜିଲ୍ଲାର ୧୬୩ ଜିଲ୍ଲାପରିଷଦ ଜୋନରେ ପଡ଼ିବ ଭୋଟ୍‌ । ୬୪ ବ୍ଲକରେ ୧୨ଶହ ୫୪ ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ କରାଯିବ । ୧୭ ହଜାର ୮୯ ବୁଥ୍‌ରେ ମତଦାନ ସାବ୍ୟସ୍ତ କରିବେ ୫୧ ଲକ୍ଷ ୩୧ ହଜାର ଭୋଟର ।

ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ୍‌ ମାନଙ୍କ ଉପରେ ନଜର ରଖାଯାଇଛି। ବୁଥ୍‌ରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି। ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ମୋଟ୍‌ ୭୧ ପ୍ରତିଶତ ଭୋଟିଂ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.