ରାଷ୍ଟ୍ରପତି ଦେଖିଲେ ନୌସେନା ପରାକ୍ରମ: ୬୦ ଜାହାଜ, ବୁଡା ଜାହାଜ ଓ ୫୫ ଏୟାରକ୍ରାପ୍ଟ ହୋଇଥିଲେ ସାମିଲ୍

ବିଶାଖାପାଟଣା: ରାଷ୍ଟ୍ରପତି ଦେଖିଲେ ନୌସେନା ପରାକ୍ରମ। ସୁପ୍ରିମ୍‌ କମାଣ୍ଡର କଲେ ନୌସେନା ସମୀକ୍ଷା। ବିଶାଖାପାଟଣାରେ ନୌସେନାର ଶକ୍ତି ପ୍ରଦର୍ଶନ । ୬୦ ଜାହାଜ , ବୁଡା ଜାହାଜ ଓ ୫୫ ଏୟାରକ୍ରାପ୍ଟ ଏଥିରେ ସାମିଲ ହୋଇଛନ୍ତି। ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ପ୍ରେସିଡେଣ୍ଟ ଫ୍ଲିଟ ରିଭ୍ୟୁ କରାଯାଇଛି।

ପ୍ରତି ୫ବର୍ଷରେ ନୌସେନାର ଫ୍ଲିଟ ରିଭ୍ୟୁ ହୋଇଥାଏ। ଏଥିରେ ନୌସେନାର କ୍ଷମତା, ସମୁଦ୍ରୀ ସୀମାର ସୁରକ୍ଷା ବ୍ୟବସ୍ଥା ଆଦିକୁ ରାଷ୍ଟ୍ରପତିଙ୍କୁ ଦେଖାଯାଏ। ଚଳିତ ବର୍ଷ ସାମିଲ ହୋଇଥିବା ଜାହାଜ ମଧ୍ୟରୁ ଅଧିକାଂଶ ସ୍ୱଦେଶୀ। ଫ୍ଲିଟରେ ଭାରତୀୟ ନୌସେନାର ସବୁ ଶ୍ରେଣୀର ଜାହାଜ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.