ଗଞ୍ଜାମର ଜଗନ୍ନାଥପ୍ରସାଦ ଓ ଭଂଜନଗର ବ୍ଲକରେ ‘ସାଂସଦ ସାମନ୍ତ’ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ, ଚିକିତ୍ସିତ ହୋଇ ମାଗଣା ଔଷଧ ପାଇଲେ ରୋଗୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କୋକଳବା ଗାଁଠାର ‘ସାଂସଦ ସାମନ୍ତ’ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛିି। କନ୍ଧମାଳ ସଂସଦୀୟ କ୍ଷେତ୍ର ଭଂଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏହି ଅଂଚଳ ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଛି। ଏଭଳି ଚିକିତ୍ସା ଶିବିର ଆୟୋଜନ ଦ୍ୱାରା ଗ୍ରାମାଞ୍ଚଳ ଲୋକେ ବେଶ ଉପକୃତ ହେବା ସହ ଡ.ସାମନ୍ତ ଏହି ଅଂଚଳର ଗରିବଙ୍କ ମନର କଥା ବୁଝିଛନ୍ତି ବୋଲି ସାଧାରଣ ଲୋକେ ମତ ରଖିଥିଲେ। ଏହି ଶିବିରରେ ୪୫୦ ଜଣ ରୋଗୀ ଚିକିତ୍ସିତ ହୋଇ ମାଗଣା ଔଷଧ ପାଇଥିଲେ। ଶିବିରରେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମକେଶରୀ ଆରୁଖ।

health campସେହିପରି ଭଂଜନଗର ବ୍ଲକ ଲେମ୍ବେଇଠାରେ ମଧ୍ୟ ସାଂସଦ ସାମନ୍ତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଲେମ୍ବେଇ ପ୍ରହ୍ଲାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଯୋଗ ଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଏହି ଶିବିରରେ ଭୁବନେଶ୍ୱର କିମ୍‌ସର ଡାକ୍ତରମାନେ ଯୋଗ ଦେଇଥିଲେ। ଏହି ଶିବିରରେ ୫୫୭ ଜଣ ରୋଗୀ ମାଗଣରେ ଚିକିତ୍ସିତ ହୋଇଥିଲେ।