ମାଗଣାରେ ୧ ଲକ୍ଷ ମାସ୍କ ବାଣ୍ଟିବ ଓଏସ୍‌ଏଲ୍‌

ଏବେ ଦେଶ ଓ ରାଜ୍ୟରେ ଚାଲିଛି କରୋନାର ଦ୍ୱିତୀୟ ଲହର । ଏହି ପରିପ୍ରେକ୍ଷୀରେ ପୁଣି ମାସ୍କ ପିନ୍ଧିବା ଏବଂ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବର୍ତ୍ତମାନ ସ୍ଥିତିର ମୁକାବିଲା ପାଇଁ ଏହି ସବୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ୧୪ ଦିନିଆ ‘ମାସ୍କ ଅଭିଯାନ’ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ତରଫରୁ ସାଧାରଣ ଲୋକଙ୍କୁ ମାଗଣାରେ ୧ ଲକ୍ଷ ମାସ୍କ ବଣ୍ଟନ ପାଇଁ ଲକ୍ଷ୍ୟ ରଖା ଯାଇଛି ।

ଏହି କାର୍ଯ୍ୟକ୍ରମର ଆଜି ସଂସ୍ଥାର ଚେୟାରମ୍ୟାନ୍‌ ମହିମାନନ୍ଦ ମିଶ୍ର ଶୁଭାରମ୍ଭ କରିଛନ୍ତି । ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି । ଓଏସ୍‌ଏଲ୍‌ କର୍ପୋରେଟ୍‌ ଅଫିସ୍‌ ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଶ୍ରୀଚନ୍ଦନ ମିଶ୍ର, ଚର୍ଚ୍ଚିତ ମିଶ୍ର ଏବଂ ଚିନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଆଜି କଟକରେ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଓଏସ୍‌ଏଲ୍‌ କାର୍ଯ୍ୟ କରୁଥିବା ଅନ୍ୟ ସ୍ଥାନରେ ମଧ୍ୟ ମାଗଣା ମାସ୍କ ବଣ୍ଟନ କରାଯିବ । କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ମାସ୍କ ବଣ୍ଟନ ପାଇଁ ସଂସ୍ଥା ପଦକ୍ଷେପ ନେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.