ଭୁବନେଶ୍ବର: ୩ଟି ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ ସେଣ୍ଟର ଘୋଷଣା କଲା ବିଏମ୍‌ସି, ୪୦ଟି ବେଡ୍‌ର କରାଯାଇଛି ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ୩ଟି ଓୟୋ ହୋଟେଲକୁ କ୍ୱାରେଣ୍ଟାଇନ ସେଣ୍ଟର ଘୋଷଣା କଲା ବିଏମ୍‌ସି। ଭୁବନେଶ୍ୱରରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଏମ୍‌ସି ଏହି ପଦକ୍ଷେପ ନେଇଛି। ଜନସାଧାରଣ ଏଠାରେ ଆବଶ୍ୟକୀୟ ଟଙ୍କା ଦାଖଲ କରି ସଙ୍ଗରୋଧରେ ରହିପାରିବେ। ଏଥିପାଇଁ ଆଜି ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ରାଜ୍ୟ ବାହାର ଫେରନ୍ତା ପ୍ରବାସୀଙ୍କ ପାଖରେ କରୋନା ଲକ୍ଷଣ ଦେଖାଯାଉଛି। ସଂକ୍ରମଣ ରୋକିବାକୁ ସଙ୍ଗରୋଧରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ସଙ୍ଗରୋଧରେ ରହିବା ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରର ୩ଟି ଓୟୋ ହୋଟେଲରେ ମୋଟ ୪୦ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.