ବନ୍ଧୁ ସାଜିଲା ବଇରି, ସାମାନ୍ୟ ବଚସାରୁ ଛାତରୁ ଜଣଙ୍କୁ ଠେଲି ଦେଲେ ଦୁଇ ସାଙ୍ଗ

ଝାରସୁଗୁଡା(କେନ୍ୟୁଜ୍): ସାଙ୍ଗ ନେଲା ସାଙ୍ଗ ଜୀବନ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଝାରସୁଗୁଡା ଜିଲ୍ଲା ତାଳପଟିଆ ଅନ୍ତର୍ଗତ ଦୁର୍ଲଗାଠାରେ ତିନି ସାଙ୍ଗଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟ ଛାତ ଉପରୁ ଧକ୍କା ମାରିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗାଁର ତପନ ସାହୁ । ସୂଚନା ମୁତାବକ, ନିଶାଶକ୍ତ ଅବସ୍ଥାରେ ତିନି ସାଙ୍ଗ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏହି ଝଗଡା ଉଗ୍ର ରୂପ ନେବାରୁ ଦୁଇ ଜଣ ମିଶି ତପନଙ୍କୁ ଠେଲି ଦେଇଥିଲେ । ଗାଁର କିଛି ଲୋକେ ଏହା ଦେଖି ତାଳପଟିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ତପନଙ୍କୁ ହସ୍ପିଟାଲ ନେଇଥିଲା । ସେଠରେ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣାରେ ତାଳପଟିଆ ପୋଲିସ ଜଣଙ୍କୁ ଅଟକ ରଖିଥିବାବେଳେ ଅନ୍ୟ ଜଣେ ଫେରାର ରହିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.