ଆସନ୍ତାକାଲି ଠାରୁ ରାଜ୍ୟ ରେ ଦୈନିକ ୩ ଲକ୍ଷ ଟିକାକରଣ ଲକ୍ଷ୍ୟ, କହିଲେ ସରକାର

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା କାଲିଠାରୁ ଦେଶରେ ନୂଆ ଟିକାକରଣ ନୀତି ଲାଗୁ କରାଯିବ । ଏହି ଅନୁଯାୟୀ ଟିକାକରଣ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦୈନିକ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଯେଉଁମାନେ ଗୋଟିଏ ଟିକା ନେଇଛନ୍ତି ସେମାନଙ୍କୁ ଠିକ ସମୟରେ ୨ୟ ଡୋଜ ଦିଆଯିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି ।

ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ଉଭୟ କେନ୍ଦ୍ର ସରକାର ପଠାଇଥିବା ଟିକା ଓ ରାଜ୍ୟ ସରକାର କିଣିଥିବା ଟିକା ବ୍ୟବହାର କରାଯିବ । ଟିକାକାରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ପଂଜୀକରଣ କରାଯିବ । ଟିକାକରଣ ପାଇଁ ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଲେଖାଏଁ ସେସନ କରାଯିବ ।

ସେହିପରି ପଞ୍ଚାୟତ ସମିତି (ବ୍ଲକ) ଓ ଏନଏସିରେ ଦୈନିକ ୫ଟି ଲେଖାଏଁ ସେସନ କରାଯିବ । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିସିପାଲ କମିଶନରଙ୍କୁ ପତ୍ର ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଜାରି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.