ସାମ୍ନାକୁ ଆସିଲା Maggiର ଅଜବ ରେସିପି, ୫ ଲକ୍ଷରୁ ଅଧିକ ଲୋକଙ୍କୁ ଆସିନି ପସନ୍ଦ, ଆପଣ ବି ଦେଖି ନିଅନ୍ତୁ ଭାଇରଲ ଭିଡିଓ

କିଛି ଲୋକଙ୍କର ଖାଦ୍ୟପେୟ ପ୍ରତି ବହୁତ ସଉକ ରହିଥାଏ ଏବଂ ସେମାନେ ଫୁଡ ଏକ୍ସପେରିମେଣ୍ଟ କରିବାକୁ ଡରି ନ ଥାନ୍ତି। ଅନେକ ବାର ସେମାନଙ୍କର ଏମିତି ଏକ୍ସପେରିମେଣ୍ଟ ବାକି ଲୋକଙ୍କ ଉପରେ ମଧ୍ୟ ଭାରି ପଡ଼ିଯାଇଥାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଅଜବ ଭିଡିଓ ଖୁବ ଭାଇରଲ ହେଉଛି, ଯାହାକୁ ଦେଖିଲେ ଆପଣ ଚକିତ ହୋଇପଡ଼ିବେ।

ଇନଷ୍ଟାଗ୍ରାମରେ Tube Indian ନାମକ ପେଜରେ ମ୍ୟାଗିର ସବୁଠାରୁ ଅଦ୍ଭୁତ ପ୍ରକାରର ରେସିପି ସେୟାର କରାଯାଇଛି। ଏହି ମଜାଦାର ଭିଡ଼ିଓରେ ଜଣେ ବ୍ୟକ୍ତି ନିଜ ସାଙ୍ଗର ମୁଣ୍ଡ ଉପରେ ମ୍ୟାଗି ବନାଉଥିବା ଦେଖିବାକୁ ମିଳୁଛି। ଏହି ତରିକାକୁ ଦେଖିଲେ ଆପଣଙ୍କ ମୁଡ ଅଫ ମଧ୍ୟ ହୋଇଯାଇପାରେ।

ବ୍ୟକ୍ତି ଜଣକ ସାଙ୍ଗର ମୁଣ୍ଡ ଉପରେ ମ୍ୟାଗି ରଖି ସେଥିରେ ପାଣି ଢାଳୁଛନ୍ତି। ଏହାପରେ ତାହାକୁ ଆଲୁମିନିୟମ ଫଏଲରେ ଢାଙ୍କି ଦେଉଛନ୍ତି। କିଛି ସମୟ ପରେ ଉପରେ ମସଲା ପକାଇ ମ୍ୟାଗିକୁ ଏଞ୍ଜୟ କରିବାକୁ ଲାଗୁଛନ୍ତି। ଏହି ଭାଇରଲ ଭିଡ଼ିଓକୁ ଏ ପର୍ଯ୍ୟନ୍ତ ସାଢ଼େ ୪ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଲାଣି। ତେବେ ଅନେକ ୟୁଜରଙ୍କୁ ମ୍ୟାଗି ପ୍ରସ୍ତୁତ କରିବାର ଏଭଳି ତରିକା ପସନ୍ଦ ଆସିନାହିଁ। କିଛି ଲୋକଙ୍କୁ ଏହା ଦେଖି ବାନ୍ତି ଲାଗୁଥିବା କମେଣ୍ଟ କରି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.