ଏୟାରପୋର୍ଟରୁ କାହିଁକି ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ ? ଜାଣିଲେ ଆପଣ ବି ନିନ୍ଦା କରିବେ

ବେଙ୍ଗାଲୁରୁ (କେନ୍ୟୁଜ୍‌) : ଏୟାରପୋର୍ଟରୁ ଫେରିଲା ଓଡ଼ିଆ ଯୁବକଙ୍କ ଶବ । ଶେଷରେ ଶବ ସତ୍କାର ହେଲା ସାମ୍ବାଦିକ ଏବଂ ସମାଜସେବୀଙ୍କ ସହଯୋଗରେ ।

ଏ ଘଟଣା ହେଉଛି ବେଙ୍ଗାଲୁରୁର । ରୋଜଗାର ପାଇଁ ଆସିଥିବା ଜଣେ ଓଡ଼ିଆ ଯୁବକଙ୍କର ମୃତ୍ୟୁ ପରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଜେନ୍ସି ଓ ଜଣେ ଯୁବକଙ୍କ ଅଵହେଳା ପାଇଁ ଏୟାରପୋର୍ଟରୁ ଫେରିଲା ତାଙ୍କ ଶବ । ଶେଷରେ କେନ୍ୟୁଜ୍‌ ସାମ୍ବାଦିକ ଏବଂ ସମାଜସେବୀଙ୍କ ସହଯୋଗରେ ଶବ ସତ୍କାର କରାଗଲା ।

ସୂଚନା ଅନୁଯାୟୀ ଗତ ୧୫ ତାରିଖ ଦିନ ୩୫ ବର୍ଷୀୟ ଯୁବକ ସଞ୍ଜିତ ସାହୁ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଘର ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହାଡ ଗ୍ରାମରେ । ସେ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରୁଥିଲେ ଏବଂ କମ୍ପାନୀ ଦେଇଥିବା ଭଡା ଘରେ ରହୁଥିଲେ । କୌଣସି କାରଣରୁ ସେହିଠାରେ ରାଶି ଲଗାଇ ମୃତ୍ୟୁ ବରଣ କରିଥିବା କୁହାଯାଉଛି । ସଞ୍ଜିତର ମୃତ୍ୟୁ ଖବର ପାଇ ବେଙ୍ଗାଲୁରୁରେ ଅନ୍ୟ ଏକ କମ୍ପାନୀରେ କାର୍ଯ୍ୟ କରୁଥିବା ତାଙ୍କ ସାନଭାଇ ସଂଗ୍ରାମ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସେତେବେଳକୁ ପୋଲିସ ଶବ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ସାରିଥିଲ ।

ODIA DEATH-2

ଏହାପରେ ସଞ୍ଜିତଙ୍କ ମୃତଦେହକୁ ଓଡ଼ିଶା ନେବା ପାଇଁ ଜଣେ ଓଡ଼ିଆ ଯୁବକଙ୍କ ସହାୟତାରେ ଏକ ଏଜେନ୍ସି ଜରିଆରେ ବିମାନରେ ପଠାଇବାକୁ ବ୍ୟବସ୍ଥା କରାଗଲା । ହେଲେ କିଛି ଆବଶ୍ୟକ ଡକ୍ୟୁମେଣ୍ଟ ଅଭାବରୁ ସଞ୍ଜିତଙ୍କ ମୃତଦେହ ଯାଇ ପାରିଲାନି ଓଡ଼ିଶା । କିଛି ଅବହେଳା ଯୋଗୁଁ ଏୟାରପୋର୍ଟରେ ଗୋଟିଏ ରାତି ପଡ଼ି ରହିଲା ରହିଲା ଶବ । ଏପଟେ ମୃତକର ଭାଇ ସଂଗ୍ରାମ ଏଭଳି ସ୍ଥିତି ଦେଖି ମୃତଦେହକୁ ଆଉ ଓଡିଶା ନେବ ନାହିଁ ବୋଲି ଜଣାଇଲେ । ଏକଥାରେ ସଂପୃକ୍ତଏଜେନ୍ସି ଅଧିକ ଟଙ୍କା ଦାବି କଲା । ୨୦ ହଜାର ଟଙ୍କା ନେବା ପରେ ଆହୁରି ୩୦ ହଜାର ଖର୍ଚ୍ଚ କହି ବାକି ଟଙ୍କା ଦାବି କଲା । ଏହି ଟଙ୍କା ନେଦେଲେ ଶବ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଲା ସଂପୃକ୍ତ ଏଜେନସି । ଏମିତିକି ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି ।

ODIA DEATH-3

ଫଳରେ ସଂଗ୍ରାମ ଅନ୍ୟ କିଛି ଉପାୟ ନପାଇ କେନ୍ୟୁଜ୍‌ ପ୍ରତିନିଧିଙ୍କୁ ଜଣାଇ ଥିଲେ । ଏହା ପରେ କେନ୍ୟୁଜ୍‌ ବେଙ୍ଗାଲୁୁରୁ ପ୍ରତିନିଧି ଗୋବିନ୍ଦ ବାରିକ ସ୍ଥାନୀୟ ସମାଜସେବୀ ରିଚି ରାୟ ଏବଂ ବିବିଏମପି ସହଯୋଗରେ ସଞ୍ଜିତଙ୍କ ମୃତଦେହକୁ ଏଜେନ୍ସି ଠାରୁ ମୁକୁଳାଇ ଶେଷରେ ସେହି ବେଙ୍ଗାଲୁରୁରୁ ଠାରେ ଶବ ସତ୍କାର କରାଇଲା ।

ଏପରି ଘଟଣା ପରେ ଏଜେନ୍ସି ଏବଂ ମୃତଦେହ ନେବାର ଦାୟିତ୍ୱ ଦିଆଯାଇଥିବା ଯୁବକଙ୍କୁ ସମସ୍ତେ ନିନ୍ଦା କରିଛନ୍ତି । ଏମିତିକି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.