Below header

ପୋଲିସ୍‌ କର୍ମଚାରୀ ମଦ ମାଗୁଥିବା ଭିଡିଓ ଓ ଅଡ଼ିଓ ଭାଇରଲ, ଭଦ୍ରକରେ ଚାଞ୍ଚଲ୍ୟ

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକ ଟାଉନ ଥାନାରେ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ମଦ ମାଗିବାର ଅଡ଼ିଓ ଭିଡିଓ ଏବେ ମୋବାଇଲରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

ଟାଉନ ଥାନାରେ କାର୍ଯ୍ୟରତ ଜଣେ ଏଏସ୍‌ଆଇ ଅନ୍ୟ ଜଣେ କର୍ମଚାରୀଙ୍କ ସହ ମିଶି ଜନୈକ ଯୁବକଙ୍କ ଠାରୁ ମଦ ନେବା ସହ ଅଧିକ ମଦ ପାଇଁ କହୁଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି। ପୁଣି ଭିଡିଓ ଭାଇରାଲ ପରେ ଉକ୍ତ ଯୁବକଙ୍କୁ କିଏ ଭିଡିଓ ଭାଇରଲ କରିଛି ବୋଲି ପଚାରୁଛନ୍ତି । ସେହି ଫୋନ୍‌ କଥାବାର୍ତ୍ତାର ଅଡିଓ ବି ଭାଇରାଲ ହେବାରେ ଲାଗିଲାଣି। ଏହି ଘଟଣା ପରେ ଟାଉନ ପୋଲିସର କାର୍ଯ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ଅନ୍ୟପକ୍ଷରେ ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟ କଣ ବାହାର କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.