ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି: ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି। ଡିସେମ୍ବର ୧୪ ସୁଦ୍ଧା ପ୍ରକାଶ ପାଇବ ପୂର୍ଣ୍ଣାଙ୍ଗ ଭୋଟର ତାଲିକା। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢୀ। ମାର୍ଚ୍ଚ ୨୨ରେ ସରିବ ପଞ୍ଚାୟତର କାର୍ଯ୍ୟକାଳ। ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ।  ପ୍ରକ୍ରିୟା ଆରମ୍ଭ ହେବା ଆଗରୁ ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶ କରାଯିବ। ୩୦ ଜିଲ୍ଲାରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ କରିବା ଲକ୍ଷ୍ୟ ରଖାଯଯାଇଥିବା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

ସୂଚନା ଥାଉକି, ନିକଟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା। ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ରାଜନୈତିକ ଦଳର ମତାମତ ଲୋଡିଥିଲେ ନିର୍ବାଚନ କମିଶନ । ଆସନ୍ତାବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଜିଲ୍ଲା ପରିଷଦର କାର୍ଯ୍ୟକାଳ ଶେଷ ହେବ । ଏହାପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ନିର୍ବାଚନ କମିଶନ।

ଚୂଡ଼ାନ୍ତ ହୋଇଛି ଆସନ ସଂରକ୍ଷଣ । ଏବେ ରାଜ୍ୟ ନିର୍ବାଚନ କମିଶନଙ୍କ ଫୋକସରେ ଭୋଟର ତାଲିକା ସଂଶୋଧନ। ରାଜନୈତିକ ଦଳଗୁଡ଼ିକ ଠାରୁ ମତାମତ ଲୋଡ଼ିଥିଲେ କମିଶନ। ଏହା ପୂର୍ବରୁ ନିର୍ବାଚନ କମିଶନ ଭିଡିଓ କନଫରେନ୍ସିଂରେ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଏଥର ସେଣ୍ଟ୍ରାଲ କାଉଣ୍ଟିଂ ହେବ । ବୁଥ ସ୍ତରରେ କାଉଣ୍ଟିଂ ନ ହୋଇ ଏଥର ବ୍ଲକସ୍ତରରେ ଭୋଟ ଗଣତି କରାଯିବ । ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଗତିବିଧି ମଧ୍ୟ ଜୋରଦାର ହେବାରେ ଲାଗିଲାଣି । ସବୁ ଦଳ ନିଜର ସାଙ୍ଗଠନିକ ଦକ୍ଷତାକୁ ଆହୁରି ମଜଭୁତ କରିବା ପାଇଁ ଲାଗି ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.