ବାହୁଡା ଯାତ୍ରାରେ ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି, ତିନି ରଥରେ ଛେରାପହଁରା ନୀତି ସମାପନ କଲେ ଗଜପତି ମହାରାଜ

ପୁରୀ(କେନ୍ୟୁଜ୍): ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା  କାଳିଆ ସାଆନ୍ତଙ୍କ ଆଜି ପ୍ରସିଦ୍ଧ ବାହୁଡା ଯାତ୍ରା । ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆଜି ବାହୁଡା ଯାତ୍ରାରେ ପୁଣି ଗୁଣ୍ଡିଚା ମନ୍ଦିରରୁ ଫେରିଯାଉଛନ୍ତି ମହାପ୍ରଭୁ । ସମସ୍ତ ନୀତିକାନ୍ତି ଅନୁସାରେ, ଆଜି ବାହୁଡା ଯାତ୍ରା  ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି। ଗଜପତି ମହାରାଜ ତିନି ରଥରେ ଘୋରା ଚନ୍ଦନ ଓ ସୁବାସିତ ଜଳ ପକାଇ ଛେରାପହଁରା ନୀତି ସମାପନ କରିଛନ୍ତି ।

ପ୍ରଥମେ ତିନି ଠାକୁରଙ୍କ ମଙ୍ଗଳଆଳତୀ ତଥା ଅନ୍ୟାନ୍ୟ ନୀତିକାନ୍ତି ସଂପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡିବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡଭାଇ ଶ୍ରୀ ବଳଭଦ୍ର ରଥା ରୁଢ଼ ହେବାପରେ ପହଣ୍ଡି କରି ଆସିଥିଲେ ଦେବୀ ସୁଭଦ୍ରା। ଏହାପରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ବଡ଼ ଟାହିଆ ବାନ୍ଧି ଝୁଲି ଝୁଲି ରଥାରୁଢ ହୋଇଥିଲେ କାଳିଆ ସାଆନ୍ତ ।

ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଆସନ୍ତାକାଲି ମହାପ୍ରଭୁଙ୍କର ସୁନାବେଶ। ଜୁଲାଇ ୧୧ରେ ଅଧରପଣା ନୀତି ଓ ଜୁଲାଇ ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।

You might also like