ଅକ୍ଷୟ କୁମାରଙ୍କ ଫିଲ୍ମ ‘କ୍ୟାପସୁଲ ଗିଲ୍‌’ର ଆସିଲା ଫାଷ୍ଟ ଲୁକ୍‌, ଫିଲ୍ମରେ ଦେଖିବାକୁ ମିଳିବ ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କ କାହାଣୀ

ବଲିଉଡର ଖିଲାଡି କୁମାରଙ୍କ ନୂଆ ଫିଲ୍ମର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି। ଏହି ଲୁକରେ ଖିଲାଡି କୁମାର ସରଦାର ହୋଇଛନ୍ତି। ଏହି ଫିଲ୍ମର ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ତଥାପି ସୋସିଆଲ ମିଡିଆରେ ଏହାର ନାମ ‘କ୍ୟାପସୁଲ ଗିଲ୍‌ ରଖାଯାଇଛି। ଏହାର ପ୍ରଥମ ଲୁକରେ ସରଦାର ହୋଇଥିବା ଅକ୍ଷୟ କୁମାର ପର୍ପଲ କଲରର ପଗଡି ବାନ୍ଧିଛନ୍ତି। ଆଖିରେ ଚଷମା ଆଇ ସାର୍ଟ ପିନ୍ଧି କ୍ଷେତରେ ଛିଡା ହୋଇଛନ୍ତି।

ଖିଲାଡି କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଏବଂ ପିରିୟଡ ଡ୍ରାମା ଫିଲ୍ମ ‘ସମ୍ରାଟ ପୃଥିରାଜ’ ଯାହା ବକ୍ସ ଅଫିସରେ ହିଟ୍ ହୋଇ ପାରିଲା ନାହିଁ । କିନ୍ତୁ ଅକ୍ଷୟ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ବର୍ତ୍ତମାନ ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘କ୍ୟାପସୁଲ ଗିଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଅକ୍ଷୟ କୁମାର ଏହି ଫିଲ୍ମ ପ୍ରକୃତ କାହାଣୀ ଉପରେ ଆଧାରିତ । ନିକଟରେ ଅକ୍ଷୟ କୁମାରଙ୍କ ଫାଷ୍ଟ ଲୁକ୍ ଲିକ୍ ହୋଇଛି। ଏହି ଫିଲ୍ମର କାହାଣୀ ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲଙ୍କୁ ନେଇ ହୋଇଛି । ଯିଏ ୧୯୮୯ ରେ ରାନିଗଞ୍ଜ କୋଇଲା ଖଣିରେ ଫସି ରହିଥିବା ୬୪ ଖଣି ମାଲିକଙ୍କୁ ଉଦ୍ଧାର କରିଥିଲେ। ଏହି ଫିଲ୍ମରେ ଅକ୍ଷୟ ଖଣି ଇଞ୍ଜିନିୟର ଜସୱନ୍ତ ଗିଲ ଭୂମିକାରେ ଅଭିନୟ କରିବେ। ଅକ୍ଷୟ କୁମାରଙ୍କ ବିପକ୍ଷରେ ପରିଣୀତି ଚୋପ୍ରା ନଜର ଆସିବେ। ଯିଏ ଜସୱନ୍ତ ଗିଲଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବ ଯାହାର ଭୂମିକା ଛୋଟ କିନ୍ତୁ ବହୁତ ଧମାକାଦାର ହେବ।

ଫିଲ୍ମର ନିର୍ମାଣ ନିର୍ଦ୍ଦେଶନା ଟିନୁ ସୁରେଶ ଦେଶାଇ କରୁଥିବା ବେଳେ ପ୍ରଯୋଜନା ବାସୁ ଭାଗନାନୀ କରୁଛନ୍ତି। ତେବେ ଅକ୍ଷୟ କୁମାର ଏବେ ବ୍ରିଟେନରେ ଫିଲ୍ମର ସୁଟିଂ କରୁଛନ୍ତି। ଫିଲ୍ମର ସୁଟିଂ ‘କ୍ୟାପସୁଲ ଗିଲ’ର ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସମଗ୍ର କ୍ରୁ ଏବଂ କାଷ୍ଟ ଏକାଠି ଭାରତକୁ ଫେରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.