ବାହୁଡା ଯାତ୍ରାରେ ଜନ ସମୁଦ୍ର ବଡ଼ଦାଣ୍ଡ, ଆରମ୍ଭ ହେଲା ରଥଟଣା

ପୁରୀ(କେନ୍ୟୁଜ୍): ତିନି ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଛି ରଥଟଣା । ଭକ୍ତ ମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି।  ତେବେ ଆଜି ନିଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡିବିଜେ ଓ ରଥଟଣା । ସୂଚନା ମୁତାବକ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଶ୍ରୀସୁଦର୍ଶନଙ୍କ ପରେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେ‌ଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସରିଥିଲା। ଏହି ସମୟରେ ବଡ଼ଦାଣ୍ଡରେ ଘଣ୍ଟଘଣ୍ଟା ଓ କାହାଳୀ ଶବ୍ଦରେ ପ୍ରକମ୍ପିତ ହେଉଥିଲା। ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.