ଜୋରସୋରରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ: ରଥଖଳା ଯାଇ ସବୁ ପଚାରି ବୁଝିଲେ ଗଜପତି

ପୁରୀ(କେନ୍ୟୁଜ୍‌): ଚଳଚଞ୍ଚଳ ରଥଖଳା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଅଖ ଉପରେ ପାଞ୍ଚଦଣ୍ଡା ପଡ଼ିଛି । ଭୋଇ ସେବକମାନେ ନଡ଼ିଆ, ମାହାର୍ଦ୍ଦ ରଖି ପାଞ୍ଚଦଣ୍ତା ଅନୁକୂଳ କରିବା ସହ ଦ୍ଵିତୀୟ ହରିବୋଲ ପକାଇଥିଲେ । ତିନିରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରାଯାଇଛି । ଚକଡ଼େରା ପରେ ଦିଗ ନିର୍ଣ୍ଣୟ କରାଯାଇ ଚକ ଅଖ ଗୁଡ଼ିକ ସେଟିଂ କରାଯାଇ ରଖାଯାଇଛି ।

ତିନିରଥ ଉପରେ ପାଞ୍ଚଦଣ୍ତା ସହ ପାର୍ଶ୍ୱଦଣ୍ତା, ଆଗୁଆଣି ଓ ପଛୁଆଣି ସଂଯୋଗ କରାଯାଇଥିଲା । ତିନି ରଥର ଦଣ୍ତା ସେଟିଂ ପରେ ଗରଗରା ଓ ଗୟଳ କଣ୍ଟା ପଡ଼ିବ । କଣ୍ଟା ପଡ଼ିସାରିବା ପରେ ଗରଗରା ଉଠି ସ୍ନାନ ପୂର୍ଣ୍ଣିମା ଦିନ ଚାରିନାହାକା ଉଠିବ । ତେବେ ରଥଖଳା ଯାଇ ରଥନିର୍ମାଣ କାର୍ଯ୍ୟ ବିଷୟରେ ପଚାରି ବୁଝିଛନ୍ତି ଗଜପତି। ଏପଟେ ରଥ ଉପରେ ସେବାୟତଙ୍କୁ ମୋବାଇଲ ଫୋନ୍‌ ମନା। ସେହିପରି ସ୍ନାନଯାତ୍ରା ଦିନ ଠାକୁରଙ୍କ ସମ୍ମୁଖରେ ସେବାୟତ ଛିଡା ନହେବାକୁ ପରାମର୍ଶ ଦିଆଯାଇଛି।