ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୨ ଅଭିଯୁକ୍ତ

ମାଲକାନଗିରି : ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧା ହେଲା ୨ ଅଭିଯୁକ୍ତ । ଅଭିଯୋଗର ୨ ଘଣ୍ଟା ଭିତରେ କାର୍ୟ୍ୟାନୁଷ୍ଠାନ ନେଇଛି ପୋଲିସ । କାଳିମେଳା ଥାନା ଏରବାନପାଲି ଗାଁରେ ଏହି ଘଟଣା ଘଟିଛି । ଗିରଫ ଅଭିଯୁକ୍ତମାନେ ହେଲେ କଡେଲମେଟଲା ଗାଁର ସମା ମାଡକାମୀ ଓ ବୁଦ୍ରା ମାଡକାମୀ । ଏମାନେ ନାବାଳିକାଙ୍କୁ ଅପହରଣ କରି ଏମପିଭି-୭ ଗାଁ ନିକଟ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ କାଳିମେଳା ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାର ଲୋକ । ଅଭିଯୋଗର ଦୁଇ ଘଣ୍ଟା ଭିତରେ ଦୁଇ ଜଣଙ୍କୁ ଧରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.