Below header

ଲାଉ ଜୁସର ଉପକାରିତା !

ଲାଉକୁ ଆପଣଙ୍କ ଖାଇବାରେ ଅନେକ ସମୟ ରାନ୍ଧିକି ଖାଇଥିବେ କିନ୍ତୁ ଆପଣ କ’ଣ କେବେ ଲାଉରେ ତିଆରି ଜୁସ୍ ପିଇଛନ୍ତି ? ଯଦି ପିଇ ନାହାଁନ୍ତି ତେବେ ଏହାର ଫାଇଦା ଜାଣିବା ପରେ ନିଶ୍ଚୟ ଏହାକୁ ପିଇବା କଥା ଭାବିବେ । ଗରମ ଦିନରେ ଏହି ଜୁସ୍ ବହୁତ ଫଳପ୍ରଦ ହୋଇଥାଏ ଆମ ଶରୀର ପାଇଁ । ଆସନ୍ତୁ ଜାଣିବା ଏଥିରୁ ହେଉଥିବା ଫାଇଦା ବିଷୟରେ –

• ପାଞ୍ଚତ୍ନ୍ରକୁ କରିଥାଏ ମଜଭୁତ : ଯଦି ଆପଣଙ୍କୁ ପାଚନପକ୍ରିୟା ସହ ଜଡିତ କୌଣସି ଅସୁବିଧା ଥାଏ ତେବେ ଲାଉ ଜୁସ୍ ଆପଣଙ୍କ ପାଇଁ କୌଣସି ବରଦାନରୁ କମ୍ ହୋଇଥାଏ । ଏଥିରେ ଏମିତି ଏକ ତତ୍ବ ରହିଛି ଯାହା ଗ୍ୟାସ୍ ସମସ୍ୟାରୁ ରକ୍ଷା କରିବାରେ ସହାୟତ କରିଥାଏ ।

• ମେଦବହୁଳତାରୁ ରକ୍ଷା କରିଥାଏ : ଆପଣ ବୋଧେ ଏହି କଥାରେ ବିଶ୍ବାସ କରିବେ ନାହିଁ କିନ୍ତୁ ଏହା ସତ ଜଲଦି ଓଜନ କମ୍ କରିଥାଏ । ଜଦି ଆପଣ ନିଜର ଓଜନ କମ୍ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଲାଉ ଜୁସ୍ ପିଅନ୍ତୁ ।

• ଶରୀରର ତାପମାତ୍ରା କମ୍ କରିବାରେ ସାହାଯ୍ୟ କରିଥାଏ : ଲାଉ ବହୁତ ଥଣ୍ଡା ହୋଇଥାଏ । ଯେଉଁ କାରଣରୁ ଗରମ ଦିନରେ ଲାଉ ଜୁସ୍ ପିଇବା ଦ୍ବାରା ଶରୀର ପାଇଁ ହିତ ହୋଇଥାଏ । ଗରମ ଦିନରେ ଯଦି ଆପଣଙ୍କର ମୁଣ୍ଡ ବିନ୍ଧା ହେଉଛି ତେବେ ଲାଉ ଜୁସରେ ଅଦା ମିଶାଇ ପିଇବା ଦ୍ବାରା ଉପସମ ମିଳିଥାଏ ।

• ହାର୍ଟ ଏବଂ ରକ୍ତ ଚାପ କମ୍ କରିଥାଏ : ଆଜିକାଲି ହାର୍ଟ ଏବଂ ରକ୍ତ ଚାପ ସମସ୍ୟା ସାଧାରଣ ହୋଇଗଲାଣି । ଲାଉରେ ଅଧିକମାତ୍ରାରେ ପୋଟାସିୟମ୍ ରହିଥାଏ ଯିଏ ରକ୍ତ ଚାପ କମ୍ କାରଇଥାଏ ।

ଲାଉ ଜୁସ୍ କିପରି ତିଆରି କରିବେ ପଢନ୍ତୁ ପ୍ରଣାଳୀ :

ଲାଉର ଜୁସ୍ ତିଆରି କରିବା ପାଇଁ ସବୁଠାରୁ ପ୍ରଥମେ ତା’ର ଚୋପା କାଢିନେଇ ତାକୁ ଭଲ ଭାବେ ଧୋଇନିଅନ୍ତୁ । ବର୍ତ୍ତମାନ ଲାଉକୁ ଛୋଟ ଛୋଟ କରି କାଟନ୍ତୁ । କଟା ଯାଇଥିବା ଲାଉକୁ ପୋଦିନା ପତ୍ର ସହ ମିଶାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଜୁସରେ କଳା ଲୁଣ, ଗୋଲମରିଚ ପାଉଡର ଏବଂ ଲୁଣ ପକାଇ ସେବନ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.