ଦାରିଙ୍ଗିବାଡି: ଚୋରା ଚାଲାଣ ବେଳେ ୪୮ କେଜିରୁ ଅଧିକ ଗଞ୍ଜେଇ ଜବତ, ଦୁଇ ଯୁବକ ଗିରଫ

ଦାରିଙ୍ଗିବାଡି: ଦାରିଙ୍ଗିବାଡି ଥାନା କିରୀକୁଟି ପଞ୍ଚାୟତର ଆଦିବାସୀ କଲେନୀ ସାହିରେ ଦୁଇଜଣ ଯୁବକ ରାସ୍ତାର ପାଶ୍ୱରେ ଗଞ୍ଜେଇ ରଖି ବାହାରକୁ ଚାଳନ କରିବା ପାଇଁ ଗାଡିକୁ ଅପେକ୍ଷା କରିଥିଲେ । ଠିକ ସେହି ସମୟରେ ଉକ୍ତ ଯୁବକଙ୍କ ବିଷୟରେ ସୂଚନା
ପାଇ ଚତୁରତା ସହିତ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଯୁବକକୁ କାବୁ କରିବାରେ ସଫଳ ହୋଇଥିଲେ ।

ଘଟଣା ସ୍ଥଳରୁ ୪୮ କେଜି ଦୁଇ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଦୁଇ ଯୁବକ ହେଲେ ଜଗତସିଂହପୁର ,ଆଲିପିଙ୍ଗଲ ଗ୍ରାମର ରଘୁନାଥ ମଲ୍ଲିକଙ୍କ ପୁଅ ଉଲ୍ଲାସ ଚନ୍ଦ୍ର ମଲ୍ଲିକ ଓ ଆଉ ଜଣେ ହେଲେ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଗୁଞ୍ଜିବାଡି ଗ୍ରାମର ହାଡ଼ିଆ ଦିଗାଲଙ୍କ ପୁଅ ମିଥୁନ ଦିଗାଲ ।

ଉଭୟଙ୍କୁ ଦାରିଙ୍ଗବାଡି ପୋଲିସ ଗିରଫ କରି ଏନ ଡି ପି ଏସ ଆର୍ଟ ଅନୁସାରେ କେଶ ନମ୍ବର ୧୨୮ ରେ ଗିରଫ କରି କୋର୍ଟ ଚାଳଣ କରିଛି । ସମସ୍ତେ ପୂଜା ସମୟରେ ବ୍ୟସ୍ତ ରହିଥିବା ବେଳେ ଦାରିଙ୍ଗିବାଡ଼ି ପୋଲିସ ପାଇଁ ଏହା ଏକ ବଡ ସଫଳତା ବୋଲି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.