୩୦୦ ଟଙ୍କାରୁ କମ୍‌ ଥିବା ସବୁଠୁ ଶସ୍ତା ଆଉ ବଢ଼ିଆ ପ୍ଲାନରେ, ୪ ଜିବି ଡାଟା ମିଳୁଛି ସହିତ ଫ୍ରି କଲିଙ୍ଗ୍‌

ଟେଲିକମ୍‌ କମ୍ପାନୀ ଗୁଡିକ ନିଜ ୟୁଜର୍ସଙ୍କୁ ଅନେକ ସାନଦାର ପ୍ଲାନ ଅଫର କରୁଛି। ଏବେ ମାର୍କେଟରେ ଅନେକ ଏମିତି ପ୍ଲାନ ରହିଛି , ଯେଉଁଥିରେ ଅଧିକ ଡାଟା ସହିତ ଫ୍ରି କଲିଂ ଏବଂ ଅନ୍ୟାନ୍ୟ ବେନିଫିଟ୍ସ ମଧ୍ୟ ଦିଆଯାଉଛୁ। ଆଜି ଆମେ ଆପଣଙ୍କୁ ଏଠାରେ ଭୋଡାଫୋନ-ଆଇଡିଆ, ଏୟାରଟେଲ ଏବଂ ରିଲାଏନ୍ସ ଜିଓର କିଛିପ୍ଲାନ୍ସ ବିଷୟରେ ଜଣାଇବାକୁ ଯାଉଛୁ। ଏହି ପ୍ଲାନରେ ପ୍ରତିଦିନ ୪ ଜିବି ଡାଟା, ଫ୍ରି କଲିଂ ବ୍ୟତୀତ ଅନେକ ଅଡିସନ ସର୍ଭିସ ମଧ୍ୟ ଫ୍ରିରେ ମିଳିଥାଏ। ଏହି ପ୍ଲାନ୍ସର ଅନ୍ୟ ଏକ ଖାସ୍‌ କଥା ହେଉଛି ଏହାର ଦାମ ୩୦୦ ଟଙ୍କାରୁ କମ୍‌।

ଭୋଡାଫୋନ-ଆଇଡିଆର ୨୯୯ ଟଙ୍କିଆ ପ୍ଲାନ

ଭୋଡାଫୋନ-ଆଇଡିଆର ଏହି ପ୍ଲାନ ଓ୍ଵିକେଣ୍ଡ ଡାଟା ରୋଲଓଭର ଏବଂ ଡବଲ ଡାଟା ବେନିଫୁଟ ସହିତ ଆସିଥାଏ। ୨୮ ଦିନର ଭ୍ୟାଲିଡଟୀ ସହିତ ଏହି ପ୍ଲାନରେ ପ୍ରତିଦିନ ୪ ଜିବି ଡାଟା ମିଳିଥାଏ। ପ୍ଲାନରେ କୌଣସି ବି ନେଟଓ୍ଵାର୍କ ପାଇଁ ଅନଲିମିଟେଡ କଲିଂ ମିଳିଥାଏ। ଏହି ପ୍ଲାନର ସବସ୍କାଇବର୍ସଙ୍କୁ ପ୍ରତିଦିନ ୧୦୦ ଫ୍ରି ଏସଏମଏସ କରିବାର ମଧ୍ୟ ଲାଭ ମିଳିଥାଏ।

plan rechargeରିଲାଏନ୍ସ ଜିଓର ୨୪୯ ଟଙ୍କିଆ ପ୍ଲାନ

୨୮ ଦିନର ବୈଧତା ବିଶିଷ୍ଟ ଏହି ପ୍ଲାନରେ ପ୍ରତିଦନ ୨ ଜିବି ଡାଟା ଦିଆଯାଉଛି। ପ୍ଲାନର ସବସ୍କାଇବର୍ସ ସାରାଦୁନିଆରେ ଜିଓ ନେଟଓ୍ଵାର୍କରେ ଅନଲିମିଟେଡ ଫ୍ରି କଲିଙ୍ଗ କରିପାରିବେ। ସେହିପରି ଅନ୍ୟ ନେଟଓ୍ଵାର୍କରେ କଲ୍‌ କରିବା ପାଇଁ ଏହି ପ୍ଲାନରେ ୧୦୦୦ ମିନିଟ ମିଳିଥାଏ। ୧୦୦ ଫ୍ରି ଏସଏମଏସ ମିଳୁଥିବା ଏହି ପ୍ଲାନରେ ଆପଣଙ୍କୁ ଜିଓ ଆପର ବି ଫ୍ରି ଆକସେସ୍‌ ମିଳିବ।

ଏୟାରଟେଲର ୨୯୮ ଟଙ୍କା ପ୍ଲାନ

୩୦୦ ଟଙ୍କାରୁ କମରେ ଆସୁଥିବା ଏୟାରଟେଲର ଏହି ପ୍ଲାନ ବହୁତ ପପୁଲାର। ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ମିଳିଥାଏ। ୨୮ ଦିନର ଭ୍ୟାଲିଡିଟୀ ସହିତ ଆସୁଥିବା ଏହି ପ୍ଲାନରେ ଦେଶରେ କୌଣସି ବି ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ ଅନଲିମିଟେଡ କଲିଙ୍ଗ ମିଳିଥାଏ। ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ମିଳିଥାଏ। ପ୍ଲାନର ସବସ୍କ୍ରାଇବର୍ସକୁ ଏୟାରଟେଲ ଏକ୍ସଟ୍ରିମ ପ୍ରିମିୟମ ଏବଂ ମ୍ୟୁଜିକର ଫ୍ରି ସବସ୍କ୍ରିପସନ ମଧ୍ୟ ମିଳିଥାଏ। ଏହାସହିତ ଏହି ପ୍ଲାନର ସବସ୍କ୍ରାଇବର୍ସଙ୍କୁ କ୍ରୟ ଉପରେ ୧୫୦ ଟଙ୍କାର କ୍ୟାସବ୍ୟାକ ମଧ୍ୟ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.