୧୬ ବର୍ଷୀୟ ଭାରତୀୟ ବାଳକ ଖୋଜିଲେ କାନ୍ଥରେ ଛେଦ ନକରି ଭାରି ଜିନିଷ ଟାଙ୍ଗିବାର ଟେକନିକ

ୟୁଏଇରେ ରହୁଥିବା ଜଣେ 16 ବର୍ଷୀୟ ଭାରତୀୟ ଯୁବକ ଏକ ବହୁତ ଭଲ କାମ କରି ଦେଖାଇଛନ୍ତି । ଦଶମ ଶ୍ରେଣୀର ଛାତ୍ର ଇଶୀର ବାଧୱା ଏକ ଏପରି ଟେକନିକ ଆବିଷ୍କାର କରିଛନ୍ତି ଯାହାଦ୍ୱାରା କାନ୍ଥକୁ କଣା ନକରି ବି ଅତି ସହଜରେ ଭାରୀ ଜିନିଷକୁ ଟାଙ୍ଗି ହୋଇପାରିବ । ତେବେ ପୁଅର ଏହି ସଫଳତା ପାଇଁ ବାପା ସୁମେଶ ବାଧୱା ଅତ୍ୟନ୍ତ ଆନନ୍ଦିତ । ସେ କହିଛନ୍ତି ଯେ ପୁଅ ଦ୍ୱାରା ନିର୍ମିତ ଏହି ଚୁମ୍ବକ ସାହାଯ୍ୟରେ ଆମେ କାନ୍ଥକୁ ଛିଦ୍ର ନକରି ଆମର ସମସ୍ତ ଘରୋଇ ଥିଏଟରକୁ କାନ୍ଥରେ ଟାଙ୍ଗି ପାରୁଛୁ ।

ଏହି ଟେକ୍ନୋଲୋଜିକୁ ତାଙ୍କ ପାରିବାରିକ ବ୍ୟବସାୟର ଆଧାର କରିବାକୁ ଇଶୀର ବାଧୱା ନିଷ୍ପତ୍ତି ନେଇଛନ୍ତି । ଇଶୀର ତାଙ୍କ ଆବିଷ୍କାର ବିଷୟରେ କହିଛନ୍ତି ଯେ କାନ୍ଥରେ ଛେଦ କରୁଥିବା ବେଳେ ହେଉଥିବା କ୍ଷୟକ୍ଷତି ଦେଖି ତାଙ୍କ ମୁଣ୍ଡରେ ଏହି ଧାରଣା ଆସିଥିଲା । ଏହା ପରେ ତାଙ୍କ ମନକୁ କିଛି ନୂଆ କରିବାର କଳ୍ପନା ଆସିଲା ଏବଂ ଯାହାର ଫଳାଫଳ ସମସ୍ତଙ୍କ ସାମ୍ନାରେ ।

ଏହି ଆବିଷ୍କାର ସମାପ୍ତ କରିବା ପାଇଁ ଇଶୀର ଆମେରିକା ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପଢ଼ୁଥିବା ତାଙ୍କ ବଡ଼ ଭାଇ ଅଭିକଙ୍କ ସାହାଯ୍ୟ ନେଇଥିଲେ। କାନ୍ଥରେ ଛେଦ ନକରି ଭାରୀ ସାମଗ୍ରୀ ଟାଙ୍ଗିବାର ଏହି କୌଶଳ ଉପରେ ଦୁଇ ଭାଇ ଅନେକ ଗବେଷଣା କରିବା ପରେ ଦୁଇଟି ଇସ୍ପାତ ଦଣ୍ଡ ଏବଂ ଚୁମ୍ବକରୁ ସମାଧାନ ବାହାର କରିଥିଲେ । ଇଶୀର ଏହି କୌଶଳକୁ ‘କ୍ଲେପାଇଟ୍’ ନାମରେ ନାମିତ କଲେ । ବର୍ତ୍ତମାନ ଇଶୀରଙ୍କ ବାପା ଚାକିରି ଛାଡି ‘କ୍ଲେପାଇଟ୍’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଇଶୀର କହିଛନ୍ତି ଯେ ଗୋଟିଏ ଷ୍ଟିଲ୍ ଷ୍ଟ୍ରିପ୍ କାନ୍ଥରେ ଲାଗିଛି, ଯାହାର ନାମ ହେଉଛି ‘ଆଲଫା ଷ୍ଟିଲ୍ ଟେପ୍’ ଏବଂ ଅନ୍ୟ ଷ୍ଟ୍ରିପ୍ ଉପରେ ସାମଗ୍ରୀ ଟଙ୍ଗାଯାଇଥିବା ନାମକୁ ‘ବିଟା ଷ୍ଟିଲ୍ ଟେପ୍’ କୁହାଯାଏ । ଚୁମ୍ବକ ପୁରା ଢାଞ୍ଚାକୁ ଏକତ୍ର ଯୋଡିକି ରଖେ । ତେବେ ଏହି ପ୍ରଡକ୍ଟକୁ ମାର୍କେଟକୁ ଆଣିବାକୁ ଯୋଜନା ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.