ଗଞ୍ଜେଇ ଗାଡି ସହିତ ଟଙ୍କା ଜବତ, ଦୁଇ କୋର୍ଟ ଚାଲାଣ

ଗଞ୍ଜେଇ ଗାଡି ସହିତ ଟଙ୍କା ଜବତ କଲା ଝାରପୋଖରୀଆ ପୋଲିସ ।

ବାଙ୍ଗିରିପୋଷି : ଗଞ୍ଜେଇ ଗାଡି ସହିତ ଟଙ୍କା ଜବତ କଲା ଝାରପୋଖରୀଆ ପୋଲିସ । ଗତ ୪ ତାରିଖ ଦିନ ଦଶଟା ସମୟରେ ଆନ୍ତରାଜ୍ୟ ସୀମା ଜାମସଳା ନିକଟରେ ଗାଡି ଯାଞ୍ଚ କରୁଥିବା ସମୟରେ ଏକ ବ୍ଲୁ ରଙ୍ଗର କାର ପଶ୍ଚିମବଙ୍ଗରୁ ଓଡିଶା ଭିତରକୁ ପ୍ରବେଶ କରୁଥିବା ବେଳେ ପୋଲିସର ସନ୍ଦେହ ହେବାରୁ ଗାଡିକୁ ଅଟକ କରି ଯାଞ୍ଚ କରିଥିଲେ ।

ଯାଞ୍ଚ ସମୟରେ ଗାଡି ଭିତରୁ ଦୁଇଟି ନମ୍ବର ପ୍ଲେଟ, 29.410 ଗ୍ରାମ ଗଞ୍ଜେଇ, 12,04,900 ଟଙ୍କା ଦୁଇଟି ମୋବାଇଲ ଜବତ କରିଥିଲେ । ଏହି ମାମଲାରେ  ବୌଦ୍ଧ ଜିଲ୍ଲା ସାଲିଗାଁ ଗ୍ରାମର ଆଶିଷ ବାଗ ଓ ସମ୍ବଲପୁର ଜିଲ୍ଲା ଧାଇଁଚା ଗ୍ରାମର ମନୋଜ କୁମାର କୁଣ୍ଡୁକୁ ଅଟକ ରଖି ତଦନ୍ତ ଜାରି ରଖିଥିଲେ । ପୋଲିସ ଆଜି ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପ୍ରେସ ବିବୃତିରେ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.