ଛତିଶଗଡ଼: ବିଧାନସଭା ନିର୍ବାଚନର ୩ ଦିନ ପୂର୍ବରୁ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

ଛତିଶଗଡ଼ରେ ବିଧାନସଭା ନିର୍ବାଚନର ତିନିଦିନ ପୂର୍ବରୁ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ନକ୍ସଲମାନେ ବିଜେପି ନେତା ରତନ ଦୁବେଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଛତିଶଗଡ଼ରେ ବିଧାନସଭା ନିର୍ବାଚନର ତିନିଦିନ ପୂର୍ବରୁ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ନକ୍ସଲମାନେ ବିଜେପି ନେତା ରତନ ଦୁବେଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସୂଚନା ମୁତାବକ, ବିଜେପି ଜିଲ୍ଲା ଉପାଧ୍ୟକ୍ଷ ତଥା ନାରାୟଣପୁର ଜିଲ୍ଲା ପଞ୍ଚାୟତ ସଦସ୍ୟ ରତନ ଦୁବେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।

ସୂଚନାଥାଉ କି, ଛତିଶଗଡ଼ରେ ନଭେମ୍ବର ୭ ଏବଂ ୧୭ରେ ମତଦାନ ଅନୁଷ୍ଠିତ ହେବ। ଏହାର ପ୍ରଚାର ପାଇଁ ଦୁବେ ବାହାରିଥିଲେ। ତାଙ୍କ ହତ୍ୟା ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ସେଠାରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

କହି ରଖୁଛୁ ଯେ ଛତିଶଗଡ଼ରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ନେତାଙ୍କୁ ହତ୍ୟା କରାଯାଇଛି। ଗତ ମାସରେ ରଜାନନ୍ଦଗାଓଁରେ ବିଜେପି ନେତା ବିରଜୁ ତାରମଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅଜଣା ଆକ୍ରମଣକାରୀମାନେ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ। ଏହାପୂର୍ବରୁ ଜୁନ୍ ମାସରେ ବିଜାପୁରରେ ନକ୍ସଲମାନେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ହତ୍ୟା କରିଥିଲେ। ଏହିପରି ଫେବୃଆରୀରେ ବସ୍ତରର ବିଭିନ୍ନ ସ୍ଥାନରେ ବିଜେପିର ତିନି ଜଣ ନେତାଙ୍କୁ ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.