ଗଜପତି: ପୋଲିସ ପେଟ୍ରୋଲିଙ୍ଗ ବେଳେ ବୋଲେର ଗାଡି ସହ ୫୯ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ପକ୍ଷରୁ ଗତକାଲି ପେଟ୍ରୋଲିଙ୍ଗ ବେଳେ ବୋଲେର ଗାଡି ସହ ୫୯ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ତିନି ଜଣକୁ ପୋଲିସ ଗିରଫ କରିଛି। ସେମାନେହେଲେ ଗଜପତି ଜିଲ୍ଲା ଆର. ଉଦୟଗିରୀ ଥାନା ଜାମଗୁପଡ଼ା ଗାଁର ଇସାକ ମାଝୀ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ସନ୍ତୋଷ ବିଶ୍ବାଳ ଓ ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସୁନ୍ଦରିଗୁଡା ଗାଁର କବି ବିଡିକା। ଗତକାଲି ସକାଳେ ମୋହନା ପୋଲିସ ପକ୍ଷରୁ ରାଇସିଂ ଛକରେ ପେଟ୍ରୋଲିଂ ଚାଲିଥିବା ବେଳେ ଉକ୍ତ ବୋଲେରକୁ ସନ୍ଦେହ କରି ଯାଞ୍ଚ କରାଯିବା ପରେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଥିଲା। ଉକ୍ତ ଗଞ୍ଜେଇ କେନ୍ଦୁଗୁଡାରୁ ବ୍ରହ୍ମପୁର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଛି ବୋଲି ଏସଡିପିଓ ସୂଚନା ଦେଇଛନ୍ତି।