ଅନୁଗୁଳ : ଅଶ୍ଲୀଳ ଭିଡିଓ ନେଲା ଜୀବନ , ଭାଇରାଲ ହେବା ପରେ ଯୁବତୀଙ୍କ ଆତ୍ମହତ୍ୟା

ଅନୁଗୁଳ(କେନ୍ୟୁଜ୍) : ଲୋକଲଜ୍ଜା ସହି ନପାରି ଆତ୍ମହତ୍ୟା। ଅଶ୍ଲୀଳ ଭିଡିଓ ଭାଇରାଲ ପରେ ଲୋକଲଜ୍ଜା ସହିନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଘଟିଛି ହେି ଦୁଃଖଦ ଘଟଣା। ଅଭିଯୋଗ ଅନୁଯାୟୀ ତାଳଚେରର ଜଣେ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କ ରହିଥିଲା। ତେବେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ କରିଥିଲା ପ୍ରେମିକ। ଏହି ଘଟଣା ଜଣାପଡିବା ପରେ ଯୁବତୀ ଜଣକ ବିଷ ପିଇଦେଇତିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବତୀଙ୍କ ପରିବାର ପକ୍ଷରୁ ବନ୍ତଳା ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.