କଳାହାଣ୍ଡି : ଦୁଇ ମାସ ପରେ ଧରା ପଡ଼ିଲେ ଅଳଙ୍କାର ଲୁଟେରା
![JUNAGAD](https://knewsodisha.com/wp-content/uploads/2021/05/JUNAGAD.jpg)
ଭବାନୀପାଟଣା : କଳାହାଣ୍ଡି ଜୁନାଗଡ଼ ଥାନା କଲମପୁର ଛକ ନିକଟ କାଞ୍ଚନ ଜୁଏଲର୍ସ ମାଲିକଙ୍କ ଠାରୁ ଲୁଟ୍ ଘଟଣାରେ କଳାହାଣ୍ଡି ପୋଲିସ୍ ଜଣକୁ ଗିରଫ କରିଛି ।
ଗତ ମାର୍ଚ୍ଚ ୧୦ ତାରିଖ ସକାଳେ ଏହି ଘଟଣା ଘଟିଛି । ମାଲିକ ରଞ୍ଜନ କୁମାର ସାହୁ ସୁନା ଓ ରୁପା ଭରା ବ୍ୟାଗକୁ ତଳେ ରଖି ଦୋକାନ ତାଲା ଖୋଲୁ ଖୋଲୁ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଗ୍ ଲୁଟି ନେଇଥିଲେ । ଗଞ୍ଜାମ ଜିଲ୍ଲା ଆସିକା ଥାନା ପକେଲାପାଲି ଗାଁରୁ ଜଣେ ଅଭିଯୁକ୍ତ ସୁରେଶକୁ ଧରିବାରେ ପୋଲିସ୍ ସଫଳ ହୋଇଛି । ତାଠାରୁ ଚୋରି ହୋଇଥିବା ୭୨ ଗ୍ରାମ ସୁନା ଓ ୮୦୦ ଗ୍ରାମ ରୁପା ଜବତ ହୋଇଛି । ତେବେ ଘଟଣାର ମାଷ୍ଟର ମାଇଣ୍ଡ ଓ ଏଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ୍ ଚେଷ୍ଟା ଚଳାଇଛି ।