Below header

ବିବାହ ଋତୁରେ ଗ୍ରାହକଙ୍କୁ ବଡ଼ ଝଟକା, ରେକର୍ଡ ଭାଙ୍ଗିଲା ସୁନା ଦର

କେନ୍ୟୁଜ୍: ରେକର୍ଡ ଭାଙ୍ଗିଲା ସୁନା ଦର । ଛଅ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସୁନାର ମୂଲ୍ୟ । ଗ୍ଲୋବାଲ୍‌ ମାର୍କେଟ୍‌ ଏବଂ ଭାରତୀୟ ବଜାରରେ କ୍ରମାଗତ ଭାବେ ସୁନା ଦର ବଢିବାରେ ଲାଗିଛି । ବିଶେଷ କରି ଗତ ୬ ଦିନ ଧରି ଲଗାତାର ଦର ବୃଦ୍ଧି ପାଉଛି । ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପ୍ରତି ୩୪ ହଜାର ୪୫୦ ଟଙ୍କା ହୋଇଛି । ଗତ କିଛି ଦିନ ହେବ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଲାଗିଥିବା ଉତ୍ତେଜନା, ଆମେରିକା-ଚୀନ୍‌ ମଧ୍ୟରେ ଟ୍ରେଡ୍‌ ୱାର୍‌, ଏବଂ ଗ୍ଲୋବାଲ ଇକୋନୋମିରେ ଖରାପ ପ୍ରଦର୍ଶନ ଯୋଗୁଁ ନିବେଶକ ମାନେ ସେୟାର ମାର୍କେଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରୁଛନ୍ତି । ତେଣୁ ସେୟାର ବଜାରରେ ନିବେଶ ନକରି ଗୋଲ୍ଡ ଭଳି କମୋଡିଟିରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.