ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ପୂଜା, ଘରେ ରହିବ ସବୁବେଳେ ଧନର ବର୍ଷା

ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ପୂଜା କରାଯାଇଥାଏ। ମାନ୍ୟତା ଅନୁଯାୟୀ ମା ଲକ୍ଷ୍ମୀଙ୍କ ପୂଜା ଦ୍ବାରା ଘରେ ଧନର କୌଣସି ପ୍ରକାରର ଅସୁବିଧା ହୋଇନଥାଏ। ଏଥିପାଇଁ ଲୋକମାନେ ସବୁବେଳେ ତାଙ୍କ ଉପରେ ଲକ୍ଷ୍ମୀଙ୍କ ପ୍ରଭାବ ରହିଥାଉ ବୋଲି ପୂଜା କରିଥାନ୍ତି। ଯଦି ଆପଣ ମଧ୍ୟ ଚାହୁଁଛନ୍ତି କି ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହୁ ତେବେ କରନ୍ତୁ ଏହି କାମ।

-ମା ଲକ୍ଷ୍ମୀଙ୍କୁ ନାଲି ବସ୍ତ୍ର ଏବଂ କଉଡି ଅତି ପ୍ରିୟ। ଏଣୁ ମା’ଙ୍କର ପୂଜା କରିବା ସମୟରେ ଏହି ଦୁଇ ବସ୍ତୁର ବ୍ୟବହାର କରନ୍ତୁ। ଏହାଦ୍ବାରା ଘରେ ଧନଧାନ୍ୟର ଅଭାବ ହୋଇନଥାଏ।

Laxmi-Mata

-ସୋମବାର ଦିନ ମା ଲକ୍ଷ୍ମୀଙ୍କୁ ଫୁଟିଥିବା ପଦ୍ମ ଫୁଲ ଅପ୍ରଣ କରନ୍ତୁ। କାରଣ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅତି ପ୍ରିୟ ହୋଇଥାଏ। ଏହି ଫୁଲ ଦେଇ ମା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ବାରା ଧନ ଲାଭ ହେବା ସହ ଘରେ ସୁଖଶାନ୍ତି ବଢ଼ିଥାଏ।

-ଘରେ ବାହାରେ ମୁରୁଜରେ ସ୍ବସ୍ତିକ ଚିହ୍ନ ବନାନ୍ତୁ। ଏହା କରିବା ଦ୍ବାରା ଘରେ ଲକ୍ଷ୍ମୀଙ୍କର କୃପା ରହିଥାଏ। ଏହା ଦ୍ବାରା ଜୀବନରେ ଆସିଥିବା ବାଧାବିଘ୍ନ ଦୂର ହୋଇଥାଏ।

ନିଶ୍ଚିତ ପଢ଼ନ୍ତୁ: ସ୍ବସ୍ତିକ କରିବା ପୂର୍ବରୁ ଜାଣନ୍ତୁ ଏହି କଥା, ନଚେତ୍ ପରିଣାମ ହେବ ଖରାପ

-ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ପଦ୍ମ ଫୁଲ ଉପରେ ବିରାଜମାନ ଲକ୍ଷ୍ମୀଙ୍କ ଫଟୋକୁ ଖୁବ ଶୁଭ କୁହାଯାଇଥାଏ। ପୂଜାଘରେ ଏପରି ଫଟୋ ରଖି ପୂଜା ବିଧା ଅବଲମ୍ବନ କରିବା ଦ୍ବାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.