ଭୁବନେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ଟ୍ରେନ୍‌ର ପଛପଟୁ ୫ଟି ଓ୍ଵାଗନ ଲାଇନଚ୍ୟୁତ ହୋଇଛି । ସିମେଣ୍ଟ ବୋଝେଇ ମାଲବାହୀ ଟ୍ରେନଟି ଚକ୍ରଧରପୁରରୁ ଭାୟା ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ୍‌ ଅଭିମୁଖେ ଯାଉଥିଲା । ରାତି ୮ଟା ୩୫ ମିନିଟରେ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ତେବେ ଲାଇନଚ୍ୟୁତର କାରଣ ଜଣା ପଡିନି ।

ଦୁର୍ଘଟଣା ପରେ ସେହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱର ଷ୍ଟେସନ୍‌ ଦେଇ ଯିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍‌ ଗୁଡ଼ିକ ବିଳମ୍ବିତ ହୋଇଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଅଟକି ରହିଛି ରାଜଧାନୀ ଏକ୍ସପ୍ରେସ । ଏଥିସହ ହୀରାଖଣ୍ଡ ଏକ୍ସପ୍ରେସ, ଜନଶତାବ୍ଦୀ ଓ ଜୁନାଗଡ଼ ରୋଡ ଏକ୍ସପ୍ରେସ, ପୁରୀ-ଦୁର୍ଗ, ତପସ୍ୱିନୀ, ପୁରୀ-ଗାନ୍ଧିଧାମ, ପୁରୀ-ହାଓ୍ଵଡା ବିଳମ୍ବିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.