ଛାତିରେ ପଥର ରଖି ନିଜ ନାତୁଣୀକୁ ଅନ୍ୟ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା 

ନାତୁଣୀକୁ କିପରି ପାଳିବି ? ତାର ପାଠପଢା କେମିତି ହେବ ? ତାର ଭବିଷ୍ୟତ ଅନ୍ଧାର ହୋଇଯିବ । ଏ ସମସ୍ତ କଥା ଭାବି ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃଦ୍ଧ ଜଣଙ୍କ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଇଛନ୍ତି ଜେଜେବାପା ।

ପଦ୍ମପୁର(କେନ୍ୟୁଜ): ଅଲଗା ହୋଇଗଲେ ଜେଜେ ବାପା, ନାତୁଣୀ । ତୁଟିଗଲା ବର୍ଷ ବର୍ଷର ସମ୍ପର୍କ । ବାହୁନି ବାହୁନି କାନ୍ଦୁଥାଏ ନାତୁଣୀ ଏପଟେ ଲୁହକୁ ଓଠରେ ଚାପି କାନ୍ଦୁଥାଆନ୍ତି ଜେଜେବାପା । ଏ ଦୃଶ୍ୟ ଦେଖି ଅନ୍ତର ଫାଟି ପଡ଼ୁଥାଏ । ଜେଜେ ବାପା ଆଉ ନାତୁଣୀ ମୁହଁକୁ ଚାହିଁ ହେଉ ନଥାଏ । ଜଣେ ଜେଜେବାପା ଇଚ୍ଛା ନଥିଲେ ବି ଛାତିରେ ପଥର ରଖି ନିଜ ନାତୁଣୀକୁ ସରକାରଙ୍କ ହାତକୁ ଦାନ କରିଛନ୍ତି । ଦାରିଦ୍ର୍ୟ ଓ ଅସହାୟତା ଅଲଗା କରିଦେଇଛି ଏଇ ଜେଜେବାପା ଆଉ ନାତୁଣୀକୁ। ଆଜି ସେ ବର୍ଷ ବର୍ଷର ସମ୍ପର୍କ ତୁଟାଇ ନିଜ ନାତୁଣୀକୁ ନୂଆ ବାପା, ମାଙ୍କ ହାତକୁ ଟେକି ଦେଉଛି ବୁଢା ଜେଜେବାପା । ଏଭଳି ଏକ ଦୁଃଖଦ ଘଟଣା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ଶାଖାଡୁଙ୍ଗୁରି ଗାଁରୁ ସାମ୍ନାକୁ ଆସିଛି ।

ଜନ୍ମ ହେବା ପରଠୁ ପିତା ଦିବାକର ବନଛୋରର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିଲା । ପରେ ମା ଉପାସୀ ବନଛୋରର ମାନସିକ ସନ୍ତୁଳନ ହରାଇ ବସିଥିଲେ । ମା’ ଉପାସୀ କୁଆଡେ ଚାଲିଯିବା ପରେ ବୋହୂର ଠିକଣା ପାଇନଥିଲେ ବୃଦ୍ଧ ଶଶୂର । ପରେ ନାତୁଣୀର ଲାଳନପାଳନ କରି ଆସୁଥିଲେ ଜେଜେ ବାପା, ଜେଜେ ମାଁ କିନ୍ତୁ ଯେତେବେଳେ ୭୭ ବର୍ଷୀୟ ମୁକୁନ୍ଦ ବନଛୋର ଅନୁଭବ କଲେ ଯେ ଏ ବୟସରେ ଆଉ ପାରିବେନି ସେତେବେଳ ନେଇଥିଲେ ଏଭଳି କିଛି ନିଷ୍ପତ୍ତି । କାରଣ ବୃଦ୍ଧ ଜଣଙ୍କ ଠିକ୍‌ରେ ଚାଲିବୁଲି ପାରୁନାହାଁନ୍ତି । ତା ପରେ ଉଭୟ ଜେଜେ ବାପା ମୁକୁନ୍ଦ ବନଛୋର ଏବଂ ଜେଜେ ମା ସିଲା ବନଛୋର ଶେଷରେ ନିଜର ଅସହାୟ ଜୀବନ ଉପରେ ଆଶା ଛାଡି ୯ ବର୍ଷର ନାତୁଣୀକୁ ସରକାରଙ୍କ ହାତରେ ଟେକି ଦେଇଥିଲେ ।

ମୁକୁନ୍ଦ ବନଛୋର ୭୩ ବର୍ଷିୟ ପତ୍ନୀ ଶିଲା ବନଛୋର ଓ ୯ ବର୍ଷିୟ ନାତୁଣୀଙ୍କୁ ନେଇ ରହୁଥିଲେ । ଏପଟେ ସ୍ତ୍ରୀ ପକ୍ଷାଘାତରେ ପିଡିତ । ନାତୁଣୀକୁ କିପରି ପାଳିବି ? ତାର ପାଠପଢା କେମିତି ହେବ ? ତାର ଭବିଷ୍ୟତ ଅନ୍ଧାର ହୋଇଯିବ । ଏ ସମସ୍ତ କଥା ଭାବି ନାତୁଣୀର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୃଦ୍ଧ ଜଣଙ୍କ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଇଛନ୍ତି । ଆଉ ଜେଜେବାପା ମୁକୁନ୍ଦ କୋହଭରା କଣ୍ଠରେ କହିଛନ୍ତି, ପୁଅ ଦିବାକରଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ବୋହୁ ପାଗେଳି ହୋଇଯାଇଥିଲା। ନିଜେ ପୂର୍ବରୁ କୁଲିମଜୁରି କରି ପାରୁଥିଲେ । ସେଥିରୁ ଯାହା ରୋଜଗାର କରୁଥିଲେ ସେଥିରେ ଛୋଟ ନାତୁଣୀ ଓ ପକ୍ଷାଘାତ ରୋଗରେ ପିଡିତ ପତ୍ନୀଙ୍କ ପେଟ ସେଥିରେ ଭରୁଥିଲା । ସାହାରା କହିଲେ ଭତ୍ତା ସହ ରାସନ ଖଣ୍ଡିକ ଏକମାତ୍ର ସାହାଭରସା । ହେଲେ ଏବେ ବୟସ ବଢିଗଲାଣି । ସ୍ୱଳ୍ପ ଭତ୍ତା ଟଙ୍କାରେ କେମିତି ନାତୁଣୀର ପାଠପଢା ହେବ ? ସେମାନଙ୍କ ମୃତ୍ୟୁ ପରେ କିଏ ନାତୁଣୀଙ୍କ ଯତ୍ନ ନେବ? ଏ କଥା ଗାଁ ଲୋକ ସବୁବେଳେ କହୁଥିଲେ । ଏଣୁ ଇଚ୍ଛା ନଥିଲେ ବି ସେ ସରକାରଙ୍କୁ ତାଙ୍କ ନାତୁଣୀଙ୍କୁ ଟେକି ଦେଇଛନ୍ତି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.