ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟ୍ଖା ମନା: ଆଜିଠୁ ଅଧିକ କଡାକଡି ହେବ କୋଭିଡ୍ କଟକଣା, ଆବଶ୍ୟକ ପଡିଲେ କରାଯିବ ଗିରଫ
ପୁରୀ: ଶ୍ରୀମନ୍ଦିର ପରିସରରେ ଆଜିଠୁ ଅଧିକ କଡାକଡି ହେବ କୋଭିଡ୍ କଟକଣା। ମନ୍ଦିର ଭିତରକୁ ପାନ ଓ ଗୁଟ୍ଖା ମନା। ସେବାୟତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ପାନ ଛେପ ପକାଇଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡିଲେ ଗିରଫ କରାଯିବ।
ଶ୍ରୀମନ୍ଦିର ପ୍ରଶାସନର ଏକ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ପାନ ଛେପ ଯୋଗୁଁ ସଂକ୍ରମଣ ଆଶଙ୍କା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ପୋଲିସ କର୍ମୀ ଚାରି ଦ୍ୱାରରେ ଚେକିଂ କରିବେ। ପାନ ଓ ଗୁଟ୍ଖା ଖାଇ ଯେପରି କେହି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ ସେଥିପ୍ରତି ନଜର ରଖିବେ। ଶ୍ରୀମନ୍ଦିରର ମୋଟ ୪୦୪ଜଣ ସେବାୟତ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।