ଜୀବାଣୁ ସଂସ୍ପର୍ଶରେ ଆସିଛନ୍ତି ପ୍ରାୟ ୮୮ ନିୟୁତ ଲୋକ, ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ICMRର ସତର୍କତା

ନୂଆଦିଲ୍ଲୀ: ଦ୍ୱିତୀୟ ସେରୋ ସର୍ଭେ ରିପୋର୍ଟରେ ଆଇସିଏମ୍‌ଆରର ସତର୍କତା । ଦ୍ୱିତୀୟ ରିପୋର୍ଟରେ ଅଗଷ୍ଟର କରୋନା ସ୍ଥିତିକୁ ଦର୍ଶାଯାଇଛି । ଦେଶର ପ୍ରାୟ ୮୮ ନିୟୁତ ଲୋକ ଏହି ଜୀବାଣୁ ସଂସ୍ପର୍ଶରେ ଆସିଥାଇପାରନ୍ତି । ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଭାରତର ପ୍ରତି ୧୫ ଜଣଙ୍କ ମଧ୍ୟରୁ ଜଣେ କରୋନା ସଂସ୍ପର୍ଶରେ ଆସିଛନ୍ତି ।

ଆଇସିଏମ୍‌ଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ବୟସ ୧୦ ବର୍ଷରୁ ଅଧିକ ରହିଛି । ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ଦେଶରେ ଏବେ ୫୧ ଲକ୍ଷ ଲୋକ ସୁସ୍ଥ ହୋଇ ସାରିଛନ୍ତି । ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୨୨ ମଧ୍ୟରେ ୨୯ ହଜାର ୮୨ ଜଣ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୬.୬ ପ୍ରତିଶତ କରୋନା ସଂକ୍ରମିତ ହୋଇସାରିଥିବା ଜଣାପଡ଼ିଛି ।

ମେ ମାସ ତୁଳନାରେ ଅଗଷ୍ଟରେ ସଂକ୍ରମଣ ହାର କମ୍‌ ରହିଥିବା ଜଣାପଡ଼ିଛି । ଅଧିକ ମାତ୍ରାରେ ପରୀକ୍ଷା ଓ ଚିହ୍ନଟ ହେବା ଯୋଗୁ ଏଭଳି ହୋଇଛି । ଏହି ସରୋ ସର୍ଭେ ୨୧ଟି ରାଜ୍ୟର ୭୦ ଜିଲ୍ଲାର ୭ ଶହଟି ଗାଁ ଏବଂ ଓ୍ଵାର୍ଡରେ କରାଯାଇଥିଲା । ମେ ମାସର ପ୍ରଥମ ସରୋ ସର୍ଭେ ମଧ୍ୟ ଏହି ସବୁ ଅଞ୍ଚଳରେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.