ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରେସିଡେଣ୍ଟାଲ ଡିବେଟ୍ : ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍ ମୁହାଁମୁହିଁ

ଆମେରିକା : ପ୍ରେସିଡେଣ୍ଟାଲ ଡିବେଟ୍ । ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଛି ପ୍ରେସିଡେଣ୍ଟାଲ ଡିବେଟ୍ । ଡୋନାଲ୍ଡ ଟ୍ରମ୍ପ ଓ ଜୋ ବିଡେନ୍ଙ୍କ ମଧ୍ୟରେ ଏହି ଡିବେଟ୍ ହୋଇଥିବା ଜଣାପଡିଛି । ନିର୍ବାଚନ ପୂର୍ବରୁ ଏହା ହେଉଛି ପ୍ରଥମ ପ୍ରେସିଡେଣ୍ଟାଲ ଡିବେଟ୍। ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । ଡିବେଟ୍ରେ ଭାରତ ପ୍ରସଙ୍ଗ ଉଠିଛି ।
ଟ୍ୟାକ୍ସ ଚୋରି ଅଭିଯୋଗ ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି, ଟ୍ୟାକ୍ସ ନୁହଁ, ଭାରତ ଚାହୁଁଛି । କରୋନା ମହାମାରୀ ସମୟରେ ତାଙ୍କ ସରକାର ଭଲ କାମ କରିଛି ବୋଲି କହିଛନ୍ତି ଟ୍ରମ୍ପ । ପିପିଇ କିଟ୍ ପ୍ରସ୍ତୁତ କରାଯାଇଛି, ମାସ୍କ ପ୍ରସ୍ତୁତ କରାଯାଇଛି, ଭାକ୍ସିନ୍ର ଆଉ କିଛି ସପ୍ତାହ ଦୂରରେ ରହିଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।
ଜୋ ବିଡେନ୍ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ସୁଦ୍ଧା ସବୁଠୁ ଖରାପ ରାଷ୍ଟ୍ରପତି । କରୋନା ମହାମାରୀ ବଢୁଥିବା ବେଳେ ଟ୍ରମ୍ପ ଷ୍ଟକ୍ ମାର୍କେଟ୍ ଦେଖୁଥିବା କହିଛନ୍ତି ବିଡେନ୍ । ଏହା ସହ ସୁପ୍ରିମକୋର୍ଟରେ ଜଜ୍ ନିଯୁକ୍ତି ଓ ସ୍ୱାସ୍ଥ୍ୟ ସେବାକୁ ନେଇ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୩୫ ଦିନ ବାକି ରହିଛି । ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ।