ଆଜିଠୁ ଆରମ୍ଭ ହେଲା ପବିତ୍ର କର୍ତ୍ତିକ ମାସ, ହବିଷ୍ୟାଳିଙ୍କ ଗହଳିରେ ଫାଟି ପଡିବା କଥା ଶ୍ରୀମନ୍ଦିର କିନ୍ତୁ କରୋନା ପାଇଁ ସବୁ ଖାଁ ଖାଁ

ପୁରୀ(କେନ୍ୟୁଜ୍): ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ପୁରୀରେ ହବିଷିଆଳିଙ୍କ ଭିଡ ଜମିଥାଏ । କିନ୍ତୁ ଏବର୍ଷ କରୋନା ସଂକ୍ରମଣ ଦୃଷ୍ଟିରୁ ହବିଷିଆଳୀଙ୍କୁ ପୁରୀ ଆସିବା ମନା ହୋଇଛି । ତେଣୁ ପୁରୀରେ ହବିଷିଆଳିଙ୍କ ଭିଡ ଦେଖିବାକୁ ମିଳିବନି । ପ୍ରଶାସନ ପକ୍ଷରୁ ହବିଷିଆଳିଙ୍କୁ ପୁରୀ ନଆସିବାକୁ ନିବେଦନ କରାଯାଇଛି ।

ତେବେ ହବିଷ୍ୟାଳି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିବା ସହ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । କାର୍ତ୍ତିକ ମାସରେ ମହାପ୍ରସାଦ ଯେଭଳି ସମସ୍ତ ଭକ୍ତ ପାଇପାରିବେ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରୀମନ୍ଦିରର ଉଭୟ ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ଉପଲବ୍ଧ ହେବ। ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.