ଜୁଲାଇ ୨ଯାଏ ହାଇକୋର୍ଟରେ ଭିଡ଼ିଓ କନଫରେନ୍ସିଂରେ ଶୁଣାଣି, ଏନେଇ ସାନି ବିଜ୍ଞପ୍ତି ପ୍ରକାଶ

କଟକ: ଜୁଲାଇ ୨ଯାଏ ହାଇକୋର୍ଟରେ ଭିଡ଼ିଓ କନଫରେନ୍ସିଂରେ ଶୁଣାଣି । ପୂର୍ବଳଭି ଭିଡ଼ିଓ କନଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ । ଏନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ୍‌ ବେଞ୍ଚ ଏହି ସମୟରେ ଶୁଣାଣି କରିବେ।

ନୂଆ ମାମଲା ସହ ଡକ୍ୟୁମେଣ୍ଟ ଦାଖଲ ଡ୍ରପ୍‌ ବକ୍ସ, ଇମେଲ୍‌ କିମ୍ବା ଇ-ପୋର୍ଟାଲରେ କରିପାରିବେ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ହାଇକୋର୍ଟ । ସେହିପରି ଜୁନ୍‌ ୭ ତାରିଖରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ନିମ୍ନ ଅଦାଲତ ଓ ଟ୍ରିବ୍ୟୁନାଲ ପାଇଁ ହାଇକୋର୍ଟଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି। କରୋନା ସଂକ୍ରମଣ ସ୍ଥିତି ଓ ସାରା ରାଜ୍ୟରେ ଲକଡାଉନ ନେଇ ମେ’ ୩୦ରେ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ କୋର୍ଟ କାର୍ଯ୍ୟ ସଂକ୍ରାନ୍ତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.