ବଢ଼ୁଛି ପାରଦ, ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦. ୫ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ବର(କେନ୍ୟୁଜ୍) : ଅସହ୍ୟ ହେଲାଣି ଖରା। ରାଜ୍ୟର ଅନେକ ସ୍ଥାନରେ ଖରାର ପ୍ରକୋପ ବୃଦ୍ଧି ପାଇଛି। ଗତକାଲି ମାଲକାନଗିରିର ସର୍ବାଧିକ ତାପମାତ୍ରା ୪୦.୫ଡିଗ୍ରୀ ରେକର୍ଡ କରାଯାଇଥିଲା। ୧୨ଟି ସହରର ତାପମାତ୍ରା ୩୫ ଡିଗ୍ରି ସେଲସିୟସ ଉପରେ ରହିଥିଲା। ସକାଳ ୧୧ଟା ପରଠାରୁ ଖରାର ପ୍ରକୋପ ବୃଦ୍ଧି ହେବା ସହ ଝାଞ୍ଜି ବହୁଛି। ଜନଜୀବନ ବାଧାପ୍ରାପ୍ତ ହେବା ସହ ଲୋକଙ୍କ ଚଳପ୍ରଚଳ କମ ଦେଖିବାକୁ ମିଳୁଛି।

ଆଜି ଓ ଆସନ୍ତାକାଲି ପାଗ ଶୁଖିଲା ରହିବ । ତେବେ ଆସନ୍ତା ୩୦ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ୩୧ରେ ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.