୨୫ ତାରିଖରେ କିଛି ଜିଲ୍ଲାରେ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ, ସତର୍କ କଲା ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ତାତିରେ ଜଳୁଛି ଓଡ଼ିଶା । ଆଗକୁ ଆହୁରି ବଢ଼ିବ ତାତି । ଆସନ୍ତା ୨୫ରୁ ହିଟ୍‌ େଓ୍ଵଭ୍‌ ସତର୍କତା ଜାରି । ୨୫ ତାରିଖରେ କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତାତି ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଲା ତାତି ।

ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଯାହାକି ଚଳିତବର୍ଷ ରାଜଧାନୀରେ ସବୁଠୁ ଅଧିକ ତାପମାତ୍ରା । ସବୁଠୁ ଉତ୍ତପ୍ତ ସହର ରାଜଧାନୀ ଭୁବନେଶ୍ୱର । ସମ୍ବଲପୁରରେ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ଓ ଚାନ୍ଦବାଲିରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରହିଛି । କେନ୍ଦୁଝର,ହୀରାକୁଦ ଓ ଝାରସୁଗୁଡାରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.