Below header

ରାଜ୍ୟରେ ଆଗାମୀ ୨-୩ ଦିନ ଜାରି ରହିବ ଶୀତ ଲହରୀ, ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ରଖିବାକୁ ଆଡଭାଇଜରୀ ଜାରି

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୨-୩ ଦିନ ଶୀତ ଲହରୀ ଜାରି ରହିବ। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ଶୀତର ପ୍ରକୋପ ଅଧିକ ରହିବ। ରାତିର ସର୍ବନିମ୍ନ ତାପମାତ୍ର ୪ରୁ ୬ ଡିଗ୍ରୀ ତଳକୁ ଖସି ଆସିବ। କାଲି ଉତ୍ତର ଓଡ଼ିଶା ସହ କନ୍ଧମାଳ, ପୁରୀ, ଖୋର୍ଦ୍ଧା, ସୋନପୁର ଓ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ଦେଖିବାକୁ ମିଳିବ ଘନ କୁହୁଡି। ଏହାସହ ଉପକୂଳ ଓଡ଼ିଶା ସହ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଅନୁଗୁଳରେ ମଧ୍ୟ ଘଡ କୁହୁଡି ଦେଖିବାକୁ ମିଳିବ। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ଦୃଷ୍ଟି ରଖିବାକୁ ଆଡଭାଇଜରୀ ଜାରି କରିଛନ୍ତି ଏସ୍‌ଆରସି। ଯେଉଁମାନେ ବାସହରା ସେମାନଙ୍କୁ ରାତିରେ ସ୍କୁଲ କିମ୍ବା ସରକାରୀ ବିଲ୍‌ଡିଂରେ ରଖିବାକୁ କୁହାଯାଇଛି। ସହରାଞ୍ଚଳରେ ଥିବା ରାତ୍ରିକାଳୀନ ସେଲ୍‌ଟର ହୋମ୍‌ଗୁଡିକରେ ସୁପରିଚାଳନା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ନିରାଶ୍ରୟ ଓ ବାହାରୁ ଆସିଥିବା ଭିଜିଟର୍‌ ଯେପରି ସ୍ଥାନ ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ଘନ କୁହୁଡ଼ି ଥିବା ଅଂଚଳରେ ନିୟନ୍ତ୍ରିତ ଭାବେ ଗାଡ଼ି ଚଳାଚଳ ଉପରେ ନଜର ରଖିବାକୁ ପୋଲିସ ଓ ପରିବହନ ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.