ଟ୍ଵିନ୍‌ସିଟିରେ ପ୍ରବଳ କୁହୁଡି, ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ବି ହେଉନି ଦୃଶ୍ୟମାନ

କଟକ/ଭୁବନେଶ୍ବର(କେନ୍ଯୁଜ୍): ଟ୍ଵିନ୍‌ସିଟିରେ ଘନ କୁହୁଡି ଆସ୍ତରଣ। ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଠିକରେ ଦୃଶ୍ୟମାନ ହେଉନି । ଫଳରେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି ଲୋକେ । ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନି। ଲୋକମାନେ ଲାଇଟ୍‌ ଲଗାଇ ଯିବାଆସିବା କରୁଛନ୍ତି। ପୂର୍ବ ଅପେକ୍ଷା ଶୀତ କମିଥିଲେ ମଧ୍ୟ କୁହୁଡି ଜନ ଜୀବନକୁ ବାଧାପ୍ରାପ୍ତ କରିଛି ।

ଅନ୍ଯପଟେ ଆଜିଠୁ ରାଜ୍ୟରେ ପୁଣି ୪ ଦିନ ବର୍ଷା । ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇପାରେ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଉତ୍ତର ଉପକୂଳ ଓଡ଼ିଶା, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ୨୨ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୨୩ ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି କୁହାଯାଇଛି । ସେହିପରି ଆଗାମୀ ତିନି ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ସେଲସିୟସ୍‌ ବଢ଼ିବ । ଫଳରେ ଶୀତ କମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.