ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା: ୯ରେ ଆସୁଛି ଆଉ ଏକ ଲଘୁଚାପ, ୧୩ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷୁଛି। ଆଜି ୧୬ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ପୁଣି ଦାନା ବାନ୍ଧିବ ଆଉ ଏକ ଲଘୁଚାପ ବଳୟ । ଆଣ୍ଡାମାନ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଧୀରେ ଧୀରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ଉପକୂଳ ମୁହାଁ ହେବ । ଅଧିକ ଘନୀଭୂତ ହେବ ଲଘୁଚାପ ।

rainପରବର୍ତ୍ତୀ ଦୁଇ ତିନି ଦିନ ଭିତରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଡ୍ରିପ୍ରେସନର ରୂପ ନେଇପାରେ । ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏଁ ଓଡ଼ିଶା, ଆନ୍ଧ୍ରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ୫୦-୬୦ କିଲୋମିଟର ବେଗରେ ପବନ ବହିପାରେ । ଆଗାମୀ ୩-୪ ଦିନ ଭିତରେ ସମ୍ଭାବ୍ୟ ମଡେଲର ଚିତ୍ର ସ୍ପଷ୍ଟ ହୋଇଯିବ । ସେପଟେ ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ଓ୍ଵିଦର ବି ୯ ତାରିଖରେ ଆଣ୍ଡମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବାନୁମାନ କରିଛି । ପରବର୍ତ୍ତୀ ସମୟରେ ଏହା ଡିପ୍ରେସନ କିମ୍ବା ସାଇକ୍ଲୋନର ରୂପ ନେଇପାରେ । ଆକ୍ୟୁ ଓ୍ଵିଦରର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲ୍ସ ଏହି ସୂଚନା ଦେଇଛନ୍ତି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.