ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି, ପୋଲ ଓ ରାସ୍ତା ଉପରେ ୭ ଫୁଟ୍‌ ର ବନ୍ୟା ଜଳ ପ୍ରବାହିତ

କାଲିମେଳା (କେନ୍ୟୁଜ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏଭଳି ସ୍ଥିତିରେ ଲଗାଣ ବର୍ଷା ପରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ମାଲକାନଗିରି । ବଢ଼ୁଛି ନଦୀର ଜଳସ୍ତର, ବଢ଼ୁଛି ବିପଦ । ମୋଟୁର କୁଇଗୁର ବ୍ରିଜ ଉପରେ ଚାଲୁଛି ୭ ଫୁଟ୍‌ପାଣି । ପାଣି ବଢ଼ିବା ପରେ ମାଲକାନଗିରି ଓ କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ପୋଲାଭରମର ପଛୁଆ ଜଳ ସକାଶେ ମୋଟୁ ସୀମାନ୍ତ ରାଞ୍ଚି ବିଜୟବାଡ଼ାକୁ ସମ୍ପୂର୍ଣ୍ଣ ଯାନବାହନ ଠପ ହୋଇଛି ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି l ସୀମାନ୍ତ ମୋଟୁର କୁଇଗୁର ବ୍ରିଜ ଉପରେ ୫ ରୁ ୭ ଫୁଟ ପାଣି ପ୍ରବାହିତ ହେଉଛି l ଯାହାଫଳରେ ୫୦ ରୁ ୭୦ ଟି ଗାଡି ଉଭୟ କୂଳରେ ଅଟକି ରହିଛି ସେହିପରି ନେଲିପାକା ବ୍ରିଜ଼ ମଧ୍ୟ ସମ୍ପୂର୍ଣ୍ଣ ଠପ ହୋଇଛି ମାଲକାନଗିରିରୁ ଆନ୍ଦ୍ର ଓ ଛତିଶଗଡ଼ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି l

ସେପଟେ ସୋମବାର ରାତିରେ ଏମଭି ୯୬ ପୋଲ ଉପରେ ୨ ଫୁଟ ପାଣି ଚାଲିଥିବା ବେଳେ ମଙ୍ଗଳବାର ସକାଳୁ ସେଠାରେ ପାଣି କମିଛି । ତେବେ ମାଲକାନଗିରି ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତଳିଆ ଅଞ୍ଚଳରେ ବର୍ଷା ପାଣି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.