ସଲ୍‌ମାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଲରେନ୍‌ସ ବିଷ୍ଣୋଇ, ସ୍ୱୀକାର କଲା ଦୋଷ

ବଲିଉଡ ଦବଙ୍ଗ ସଲ୍‌ମାନ ଖାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲା ଲରେନ୍‌ସ ବିଷ୍ଣୋଇ। ତାଙ୍କୁ ଏକ ଶିକ୍ଷା ଦେବାକୁ ସେ ଏହି ଯୋଜନା କରିଥିଲା। ସଲମାନ ଖାନଙ୍କୁ ହତ୍ୟା କରିବାକୁ ଯୋଜନା ନେଇ ସ୍ୱୀକାର କରିଛି ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋଇ। ଗ୍ୟାଙ୍ଗଷ୍ଟର ସମ୍ବଦ ନେହ୍‌ରାଙ୍କୁ ସେ ଏଥିପାଇଁ ନିୟୋଜିତ କରିଥିଲା। ପଞ୍ଜାବ ପୋଲିସର ଜେରା ବେଳେ ଏକଥାକୁ ସ୍ୱୀକାର କରିଛି ଲରେନ୍‌ସ। ପ୍ରକାଶ ଯେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଲରେନ୍‌ସକୁ ଜେରା କରୁଛି ପଞ୍ଜାବ ପୋଲିସ।

ସୂଚନାଯୋଗ୍ୟ ଯେ ଜୀବନରୁ ମାରିଦେବାକୁ ଧମକ ମିଳିବା ପରେ ଭାଇଜାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା। ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ସଲମାନ ଖାନଙ୍କ ସୁରକ୍ଷା ବଢାଇବାର ନିଷ୍ପତ୍ତି ନେଇଥିଲା। ସଲମାନଙ୍କ ବାପା ସଲିମ ଖାନଙ୍କୁ ୫ ଜୁନରେ ଏକ ଚିଠି ମିଳିଥିଲା। ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ଏହି ଚିଠିରେ ଲେଖାଯାଇଥିଲା ଯେ ପଞ୍ଜାବୀ ସିଦ୍ଧୁ ମୁସେଓ୍ଵାଲାଙ୍କ ଭଳି ସଲମାନ ଖାନଙ୍କର ଅବସ୍ଥା ହେବ। ଏହି ଧମକପୂର୍ଣ୍ଣ ଚିଠିକୁ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ଗମ୍ଭୀରତାର ସହ ନେଇ ସଲମାନଙ୍କ ସୁରକ୍ଷାକୁ ବଢାଇଥିଲା।

ସୂଚନା ଥାଉକି ଗତ ମେ ୨୯ ତାରିଖରେ ପଞ୍ଜାବୀ ଗାୟକ ତଥା ପଲିଟିସିଆନ ସିଦ୍ଧୁ ମୁସେୱାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟର ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିଲା । ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏହି କାରନାମା ଘଟାଇବା ପାଇଁ କିଛି ବର୍ଷ ପୂର୍ବରୁ ଯୋଜନା କରିଥିବା ଜଣାପଡ଼ିଥିଲା । ତେବେ ମୁସେୱାଲାଙ୍କ ପରି ସଲମାନଙ୍କ ଅବସ୍ଥା କରି ଦିଆଯିବ ବୋଲି ଅପରାଧୀମାନେ ଧମକ ଦେବା ପରେ ଅଭିନେତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଥିଲା।

ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କୁ ହତ୍ୟା କରିବା ପଛରେ ରହିଛି କଳା ହରିଣ ଶିକାର ଘଟଣା। ଯାହା ଏବେ ବି କୋର୍ଟରେ ବିଚାରଧୀନ ଅବସ୍ଥାରେ ରହିଛି। ବିଷ୍ଣୋଇ ସମ୍ପ୍ରଦାୟ କଳା ହରିଣକୁ ଭଗବାନ ମାନନ୍ତି। ସଲମାନଙ୍କ ବିରୋଧରେ କଳା ହରିଣ ଶିକାର ମାମଲା ରହିଥିବାରୁ ବିଷ୍ଣୋଇ ଗ୍ୟାଙ୍ଗର ସଲମାନଙ୍କ ଉପରେ ରାଗ ରହିଛି।

ପ୍ରକଶ ଯେ ସଲମାନଙ୍କ ଫିଲ୍ମ ‘କଫି ଇଦ୍ କଫି ଦିୱାଲି’ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି । ଉକ୍ତ ଫିଲ୍ମରେ ସଲମାନ ପୂଜା ହେଗଡ଼େଙ୍କ ସହିତ ପରଦାରେ ଦେଖାଦେବେ । ସଲମାନ ଫିଲ୍ମର ପ୍ରଥମ ଲୁକ୍ ନିଜର ଫ୍ୟାନ୍ସଙ୍କ ସହିତ ସେୟାର କରିଥିଲେ।

Also Read: ୭୯ ବର୍ଷରେ ବିଭିନ୍ନ ଦୂରାରୋଗ୍ୟରେ ପୀଡ଼ିତ ଥାଇ ବି ଫିଟ୍‌ ଅଛନ୍ତି ଅମିତାଭ ବଚ୍ଚନ, ଜାଣନ୍ତୁ ତାଙ୍କ ଡାଏଟ୍‌ ଓ ସ୍ୱାସ୍ଥ୍ୟର ରାଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.