କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା, ଘୁରୁଡିଆ ନାଳ ଉପରେ ଚାଲୁଛି ୨ ଫୁଟର ପାଣି

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ପ୍ରଥମ ମୌସୁମୀ ବର୍ଷା ୮୬.୦୪ ମିମି ରେକର୍ଡ କରାଯାଇଛି। କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ପ୍ରଥମ ମୌସୁମୀ ବର୍ଷା ୮୬.୦୪ ମିମି ରେକର୍ଡ କରାଯାଇଛି। କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ରାତି ତମାମ ବର୍ଷା ଜାରି ଯୋଗୁଁ ନାଳର ଜଳପତନ ବୃଦ୍ଧି ପାଇଥିଲା।

ଗତକାଲି ଅପରାହ୍ନ ସାଢେ ୧୨ଟାରୁ ବର୍ଷା ଆରମ୍ଭ ହୋଇ ଆଜି ସକାଳ ୭ଟା ପର୍ଯ୍ୟନ୍ତ ଲଗାଣ ବର୍ଷା ହୋଇଥିଲା।ଫଳରେ କରଦାଙ୍ଗି ଗ୍ରାମସ୍ଥିତ ଘୁରୁଡିଆ ନାଳ ପୋଲ ଉପରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଛି।ସକାଳ ସମୟରେ କରଦାଙ୍ଗି ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି।ଅନ୍ୟ ପକ୍ଷରେ ଶୁଖିଲା ପଡ଼ିଥିବା ସମାକୋଇ ନଦୀ ବନ୍ୟାଜଳରେ ଫୁଲୁଛି। ଲଗାଣ ବର୍ଷାରେ ନିର୍ମାଣାଧୀନ ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାର ଆକୁଳ -କାଳିମା ପୋଲ ନିକଟରେ ଡାଇଭର୍ସନ୍ ରୋଡ୍ ଧୋଇ ନେବାରୁ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.