ପିଏମ୍‌ ମୋଦିଙ୍କୁ ମିଶରର ସର୍ବୋଚ୍ଚ ରାଜକୀୟ ସମ୍ମାନ, ‘Order of the Nile’ରେ ସମ୍ମାନିତ କଲେ ରାଷ୍ଟ୍ରପତି ଅଲ୍‌-ସିସି

ପିଏମ୍‌ ମୋଦିଙ୍କୁ ମିଶରର ସବୁଠାରୁ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ମୋଦିଙ୍କୁ ମିଶର ରାଷ୍ଟ୍ରପତି ଅବଦେଲ୍‌ ଫତହ ଅଲ୍‌-ସିସି ଇଜିପ୍ଟର ସର୍ବୋଚ୍ଚ ପୁରସ୍କାର 'Order of the Nile'ରେ ସମ୍ମାନିତ କରିଛନ୍ତି।

ଆମେରିକା ଯାତ୍ରା ପରେ ଏବେ ଦୁଇ ଦିବସୀୟ ମିଶର ଯାତ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ମିଶରର ରାଜଧାନୀ କାହିରାରେ ରାଷ୍ଟ୍ରପତି ଅବଦେଲ୍‌ ଫତହ ଅଲ୍‌-ସିସିଙ୍କୁ ସାକ୍ଷାତ କରିଥିଲେ। ସେଠାରେ ପିଏମ୍‌ ମୋଦିଙ୍କୁ ମିଶରର ସବୁଠାରୁ ବଡ଼ ସମ୍ମାନରେ ସମ୍ମାନିତ କରାଯାଇଛି। ମୋଦିଙ୍କୁ ରାଷ୍ଟ୍ରପତି ଅବଦେଲ୍‌ ଫତହ ଅଲ୍‌-ସିସି ଇଜିପ୍ଟର ସର୍ବୋଚ୍ଚ ପୁରସ୍କାର ‘Order of the Nile’ରେ ସମ୍ମାନିତ କରିଛନ୍ତି।

କହି ରଖୁଛୁ, ‘Order of the Nile’ ମିଶରର ସର୍ବୋଚ୍ଚ ରାଜକୀୟ ପୁରସ୍କାର। ମିଶର ରାଷ୍ଟ୍ରପତି ଦ୍ୱିପାକ୍ଷିକ ବୈଠକ ପୂର୍ବରୁ ପିଏମ୍‌ ମୋଦିଙ୍କୁ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଥିଲେ। ଉଭୟ ନେତା ପରସ୍ପର ସହ ସାକ୍ଷାତ ସମୟରେ ‘MOU’ ସାକ୍ଷର କରିଥିଲେ।

ଗତ ୯ ବର୍ଷ ମଧ୍ୟରେ ବିଶ୍ୱର ବିଭିନ୍ନ ଦେଶ ପିଏମ୍‌ ମୋଦିଙ୍କୁ ସମ୍ମାନିତ କରିଛନ୍ତି। ଏହା ହେଉଛି ୧୩ତମ ସର୍ବୋଚ୍ଚ ରାଜକୀୟ ସମ୍ମାନ। ଏହାପୂର୍ବରୁ ଏଠାରେ ପ୍ରଧାନମନ୍ତ୍ରୀ କାହିରାରେ ଦେଶର ୧୧ତମ ଶତାବ୍ଦୀର ଅଲ୍‌-ହକିମ୍‌ ମସଜିଦ ପରିଦର୍ଶନ କରିଥିଲେ, ଯାହା ଭାରତର ଦାଉଦୀ ବୋହରା ସମ୍ପ୍ରଦାୟର ସହାୟତାରେ ପୁନରୁଦ୍ଧାର କରାଯାଇଛି।

ଅଲ୍‌-ହକିମ୍‌ ମସଜିଦ ପରେ ପ୍ରଧାନମନ୍ତ୍ରୀ ମୋଦି କାହିରାସ୍ଥିତ ହେଲିୟୋପୋଲିସ୍‌ ୱାର୍ ମେମୋରିଆଲ୍ (ଯୁଦ୍ଧ ଶ୍ମଶାନ) ପରିଦର୍ଶନ କରିଥିଲେ। ଏଠାରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଭାରତୀୟ ସୈନିକମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.