ଓଡ଼ିଶା ଉପରୁ ଟଳିଗଲା ବାତ୍ୟା ହେଲେ ଉଜାଡିଦେଲା ବର୍ଷକର ଫସଲ, ଚାଷୀ ମୁଣ୍ଡରେ ଚଡ଼କ

ଭୁବନେଶ୍ବର(କେନ୍ଯୁଜ୍): ଭସାଇଲା, ବୁଡାଇଲା, ବର୍ବାଦ କରିଦେଲା। ଓଡ଼ିଶା ଉପରୁ ବାତ୍ୟା ଟଳିଗଲା । କିନ୍ତୁ ଦୁଃଖ ଦେଇଗଲା । ଦକ୍ଷିଣରୁ ଉପକୂଳ ପର୍ଯ୍ୟନ୍ତ ବର୍ଷକର ଫସଲ ପ୍ରବଳ ବର୍ଷାରେ ଉଜୁଡିଗଲା। ଉଜାଡିଦେଲା ଲକ୍ଷ ଲକ୍ଷ ହେକ୍ଟର ଜମିରେ ଧାନ ଫସଲ। ବର୍ଷା ପବନ ଚାଷୀ ମୁଣ୍ଡରେ ଚଡ଼କ ପକାଇଛି । ବାତ୍ୟା ପ୍ରଭାବରେ ବର୍ଷା ଆଣିଛି ବିତ୍ପାତ । ଧାନ ବିଲରେ ଲହଡି ଭାଙ୍ଗୁଛି ପାଣି ।

ବେଉଷଣ ବେଳେ ଠିକରେ ବର୍ଷି ନଥିଲା । ଅମଳ ବେଳକୁ ଏମିତି ବର୍ଷିଲା ଯେ ଧାନ ବିଲରେ ଭାସୁଛି ସୁନାର ଫସଲ । ଧାନ ସହ ନଷ୍ଟ ହୋଇଛି ପନିପରିବା ଚାଷ । ପାଣିରେ ବୁଡି ରହିଛି କୋବି, ବିଲାତି, କାକୁଡି ଓ ଆହୁରି ଅନେକ ପରିବା। ଆହାର ଉପରେ ପାହାର ପକାଇଛି ଜଓ୍ଵାଦ୍‌ । ଧାର କରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.