ସୁନା କିଣିବାକୁ ଚାହୁଁଛନ୍ତି, ଏଠାରେ ଜାଣନ୍ତୁ ଆଜି କେତେ ରହିଛି ଗ୍ରାମ୍‌ ପ୍ରତି ଦାମ୍‌

ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍‌। ସୁନା ୨୪ ଓ ୨୨ କ୍ୟାରେଟ୍‌ ମୂଲ୍ୟ କମିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୩, ୫୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୭, ୫୪୦ ଟଙ୍କା ରହିଥିବା ଜଣାଯାଇଛି। ସେହିପରି ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୪, ୫୧୦ ଟଙ୍କା ଓ ୪୯, ୧୮୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୬, ୫୧୦ ଟଙ୍କା ଓ ୪୭, ୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬, ୯୧୦ ଟଙ୍କା ଓ ୫୦,୧୭୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫ ,୨୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୩୨୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬, ୮୫୦ ଟଙ୍କା ଓ ୪୯,୫୬୦ ଟଙ୍କା ରହିଛି। ଅନ୍ୟପଟେ ଆଜି ରୁପା ମୂଲ୍ୟ କିନ୍ତୁ ହ୍ରାସ ପାଇଛି। ସେହିପରି ରୁପା ଦାମ୍‌ କମି କିଲୋ ପ୍ରତି ୬୧ ,୬୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.