ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ଆଜି ପାଇଁ ୬ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ,

ଭୁବନେଶ୍ବର(କେନ୍ୟୁଜ): ମୌସୁମୀ ଅଗ୍ରସର ନେଇ ବାଟ ଫିଟାଉଛି ପ୍ରାକ୍ ମୌସୁମୀ ବର୍ଷା । ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ପ୍ରବଳ ବର୍ଷା ୭ରୁ ୧୧ ସେଣ୍ଟିମିଟର ଓ ଅତି ପ୍ରବଳ ବର୍ଷା ୧୧ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଜି ପାଇଁ ୬ ଜିଲ୍ଲା କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ୧୬ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ । ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୫୭ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ୧୪ ତାରିଖ ଭିତରେ ସ୍ୱାଭାବିକଠାରୁ ୮୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିଲା । ଗତ ୪ ଦିନରେ ୨୩ ପ୍ରତିଶତ ନିଅଣ୍ଟିଆ ଭରଣା ହୋଇଛି ।