ଅଭିମାନ କରିଛନ୍ତି ମା‘ ମହାଲକ୍ଷ୍ମୀ, ହେରା ପଞ୍ଚମୀରେ ରଥକାଠ ଭାଙ୍ଗିବା ପରେ ଭୟରେ ଥରହର ମହାପ୍ରଭୁ

ଭାଇ, ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ। ହେଲେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନାହାନ୍ତି। ଜଗନ୍ନାଥଙ୍କ ଉପରେ ଅଭିମାନ କରି ରଥ କାଠ ଭାଙ୍ଗିଛନ୍ତି ମାଆ ଲକ୍ଷ୍ମୀ। ଏହାପରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ।

କେନ୍ୟୁଜ୍(ବ୍ୟୁରୋ):  ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମଣ୍ଡପ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ୩ ରଥର ଦକ୍ଷିଣ ମୋଡ଼ କରାଯିବ। ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାର ଶରଧା ବାଲି ନିକଟକୁ ଯିବ। ସକାଳ ଧୂପ ନୀତି ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ। ତିନି ବାଡ଼ରୁ ପୂଜା ପଣ୍ଡା ସାମନ୍ତ ଆଜ୍ଞା ମାଳ ଧରି ବିଜେ କଲେ ରଥର ଦକ୍ଷିଣ ମୋଡ କାର୍ଯ୍ୟ ଆରମ୍ଭ ହେବ। ୩ ରଥର ଦକ୍ଷିଣ ମୋଡ଼ ସହ ଆଜିଠାରୁ ମହାପ୍ରଭୁଙ୍କ ବାହୁଡା଼ ଯାତ୍ରାର ପ୍ରସ୍ତୁତି ଆରମ୍ଭ ହୋଇଥାଏ ।୨୮ ତାରିଖରେ ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା।

ଗତକାଲି ଅନୁଷ୍ଠିତ ହୋଇଛି ପବିତ୍ର ହେରା ପଞ୍ଚମୀ। ଭାଇ, ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି ମହାପ୍ରଭୁ। ହେଲେ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ଆଣି ନାହାନ୍ତି। ଜଗନ୍ନାଥଙ୍କ ଉପରେ ଅଭିମାନ କରି ରଥ କାଠ ଭାଙ୍ଗିଛନ୍ତି ମାଆ ଲକ୍ଷ୍ମୀ। ଏହାପରେ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ। ପରେ ନାକଚଣା ଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ। ପାଲିଙ୍କିରେ ବିଜେ କରି ମାଆ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସିବା ବାଟରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଲାଗି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.