କରଞ୍ଜିଆ ବନଖଣ୍ଡରେ ୪୫ ଟିକିଆ ହାତୀପଲ, ୧୦୦ରୁ ଉର୍ଦ୍ଧ୍ୱ ଗାଁରେ ଆତଙ୍କ

କରଞ୍ଜିଆ(କେନ୍ୟୁଜ୍): କରଞ୍ଜିଆ ବନଖଣ୍ଡରେ ୪୫ ଟିକିଆ ହାତୀପଲ । ବନଖଣ୍ଡର ପୃଥକ ପୃଥକ ସ୍ଥାନରେ ଅଛନ୍ତି ୪୫ଟି ହାତୀ । ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ପାର ହୋଇ ୨୪ ଟିକିଆ ହାତୀପଲ ଆସିଛନ୍ତି । ୨୪ଟିକିଆ ହାତୀପଲରେ ୬ଟି ଦନ୍ତା ହାତୀ ଥିବା ବେଳେ ୫ଟି ଛୁଆ ହାତୀ ଅଛନ୍ତି ।

ବର୍ତ୍ତମାନ ଏହି ହାତୀପଲ ବଡ ସରେଇ ଜଙ୍ଗଲରେ ଅଛନ୍ତି । କାଦଡିହା ଜଙ୍ଗଲରେ ୪ଟି ହାତୀ ଥିବା ବେଳେ ସାତକୋଶିଆ ରେଞ୍ଜର ମହୁଳଡିହା ଜଙ୍ଗଲରେ ୧୭ଟି ହାତୀ ଥିବା ବନ ବିଭାଗ ସୂଚନା ଦେଇଛି । ହାତୀପଲଙ୍କ ଯୋଗୁ କରଞ୍ଜିଆ, ଶୁକୃଲି, ରରୁଆ, ଯଶିପୁର ବ୍ଳକର ୧୦୦ରୁ ଉର୍ଦ୍ଧ୍ୱ ଗାଁରେ ଆତଙ୍କ ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.