Below header

ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍ ମୁରଲୀଧରଙ୍କ ଝାରସୁଗୁଡ଼ା ଗସ୍ତ

ଝାରସୁଗୁଡ଼ା (କେନ୍ଯୁଜ୍): ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲୀଧରଙ୍କ ଝାରସୁଗୁଡ଼ା ଗସ୍ତ। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ସ୍ୱାଗତ କରିଥିଲା ଜିଲ୍ଲା ଓକିଲ ସଂଘ। ଜିଲ୍ଲାର ନ୍ୟାୟାଳୟରେ ରହିଥିବା ବିଭିନ୍ନ ଅସୁବିଧା ସଂପର୍କରେ ଅବଗତ ହେବ ସହ ଜିଲ୍ଲା କୋର୍ଟ ପରିଦର୍ଶନ କରିଥିଲେ ମୁଖ୍ୟ ବିଚାରପତି।

ପରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା କୋର୍ଟରେ ଓକିଲଙ୍କ ପାଇଁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଉଚିତ ବ୍ୟବସ୍ଥା ଯୋଗାଇ ଦେବାକୁ ଦାବି ହୋଇଛି। ଏହା ସହ ଜିଲ୍ଲାରେ ଏକ ଫାମିଲି କୋର୍ଟ ଓ ଭିଜିଲାନ୍‌ସ କୋର୍ଟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.